ଦେଶ ବିଦେଶ ମନୋରଞ୍ଜନ

ସୁଟିଂ ପୂର୍ବରୁ ଲମ୍ବା ଛୁଟିରେ ଗଲେ ପୂଜା ହେଗ୍‌ଡେ, ଫଟୋ ସେୟାର କଲେ ଅଭିନେତ୍ରୀ

ମୁମ୍ବାଇ୧୧।୦୭: ସାଉଥ୍‌ ସୁନ୍ଦରୀ ପୁଜା ହେଗ୍‌ଡେ ଏବେ ଗୋଟିଏ ପରେ ଗୋଟିଏ ବିଗ୍‌ ବଜେଟ ଫିଲ୍ମ କରି ଖୁବ୍ ଚର୍ଚ୍ଚାରେ। ୨୦୧୪ରେ ତାମିଲ ଫିଲ୍ମ ମୁଗାମୁଡିରେ ତାଙ୍କୁ ପ୍ରଥମଥର ଦେଖିବାକୁ ମିଳିଥିଲା। ସେ ସାଉଥ୍‌ର ଓକା ଲୈଲା କୋସମ୍‌ ସିନେମାରେ ନାଗଚୈତନ୍ୟଙ୍କ ସାଙ୍ଗରେ ନଜର ଆସିଥିଲେ। ସେଥିରେ ତାଙ୍କ ଅଭିନୟ ଓ ବ୍ୟୁଟିନେସ୍‌କୁ ନେଇ ଅନେକ ପ୍ରଶଂସା କରାଯାଇଥିଲା।

ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ତ୍ରି ବିକ୍ରମ ଓ ସୁପରଷ୍ଟାର ମହେଶ ବାବୁଙ୍କ ଏସ୍‌ ଏସ୍‌ ଏମ୍‌ ବି ୨୮ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ତା ସାଙ୍ଗକୁ ଆହୁରି ଅନେକ ଫିଲ୍ମ ଓ ଅଫର ତାଙ୍କ ହାତରେ ଅଛି । ହେଲେ ତା ପୂର୍ବରୁ ସେ ଏବେ ଛୁଟି କାଟିବାକୁ ବାହାରକୁ ଯାଇଛନ୍ତି। ତାହା ପୁଣି ୫ ଦିନ କି ୭ ଦିନ ନୁହେଁ ପୁରା ମାସେ ଭ୍ରମଣ କରିବ । ଏହି ସମୟରେ ସେ ଏୟାରପୋର୍ଟରୁ ଫଟୋ ଅପ୍‌ଲୋଡ୍‌ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି “୧ ମନ୍ଥ୍। ୩ କଣ୍ଟିନେଣ୍ଟ । ୪ ସିଟିଜ୍। ଲେଟ୍ସ୍‌ ଗୋ।“ ନିଜ ସୋସିଆଲ୍‌ ମିଡିଆ ଜରିଆରେ ଖୁବ୍‌ ଉତ୍ସାହ ସହିତ ପୁଜା ଏହି ଖବରଟିକୁ ନିଜ ଫ୍ୟାନ୍ସଙ୍କ ସାଙ୍ଗରେ ସେୟାର କରିଥିଲେ।

ଅନ୍ୟପଟେ ପୂଜାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସର୍କସ୍, କଭି ଇଦ୍ କଭି ଦିଓ୍ବାଲ୍ଲୀ ଓ ବିଜୟ ଦେବର୍‌କୋଣ୍ଡାଙ୍କ ସହ ଜନ ଗଣ ମନ ଆଦି ସିନେମାରେ ପୁଜାଙ୍କୁ ଦେଖିବାକୁ ମିଳିବ। ଏହାକୁ ନେଇ ଫ୍ୟାନ୍ସ ମଧ୍ୟ ଖୁବ୍‌ ଉସ୍ହାହିତ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ