ଅପରାଧ ରାଜ୍ୟ

ଘରେ କେହି ନଥିବା ବେଳେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଅସହାୟ ମହିଳାଙ୍କୁ ଧମକ ଅଭିଯୋଗ

ସାଲେପୁର ୧୧।୭: ସାଲେପୁରରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଅସହାୟ ମହିଳାଙ୍କୁ ଧମକ ଦେଇ ଘର ପୋଡିଥିବା ସୂଚନା ମିଳିଛି । ଏଭଳି ଘଟଣା କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଉର୍ମିଳା ସିଂ ନାମକ ଜଣେ ଅସହାୟ ମହିଳା ଏବଂ ତାଙ୍କ ପୁଅ ଘରେ ନଥିବା ସମୟରେ ସ୍ଥାନୀୟ ଅଞ୍ଚଳର କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ବଖରାଏ ଘର ସହିତ ୫ ହଜାରରୁ ଅଧିକ ଟଙ୍କା ଏବଂ ଆସବାପତ୍ର, ଲୁଗାପଟା ସବୁ ପୋଡ଼ିଯାଇଛି । ଉର୍ମିଳା ସିଂଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ହେବ ବହୁଗ୍ରାମ ଅଞ୍ଚଳରେ ଏକ ଚାଳଛପର ଘର କରି ରହୁଥିଲେ। ନିଜର କହିଲେ କେହି ନାହିଁ, ଉର୍ମିଳା ଏବଂ ତାଙ୍କର ପୁଅ। ସ୍ଥାନୀୟ ପାଗା ବଜାରରେ ଏକ ହୋଟେଲରେ କାମ କରି ପେଟ ପୋଷୁଥିଲେ। ସୋମବାର ସକାଳ ୬ଟାରେ କେହି ଜଣେ ବ୍ୟକ୍ତି ଏଭଳି ନାରକୀୟ କାଣ୍ଡ ଘଟାଇଥିବା ସେ କହିଛନ୍ତି । ରବିବାର ରାତିରେ ସ୍ଥାନୀୟ ଅଞ୍ଚଳରେ କେହି ଅସାମାଜିକ ବ୍ୟକ୍ତି ତାଙ୍କୁ ଧମକ ଦେଇ ଘରୁ ବାହାରିଯିବା କଥା କହି ଘରେ ନିଆଁ ଲଗାଇଥିବା କଥା ଉର୍ମିଳା ସିଂ କହିଛନ୍ତି। ଏଭଳି ପରିସ୍ଥିତିରେ ଅସହାୟ ମହିଳା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ନେଇ ପାଗା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରି ଅସହାୟ ମହିଳାଙ୍କ ପାଇଁ ବାସଗୃହର ବନ୍ଦୋବସ୍ତ କରିବା ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।