ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍ ସଂକ୍ରମଣ ବଢୁଥିବାରୁ କଟକଣା କଡାକଡି କଲା ବିଏମ୍‌ସି : ସପିଂ ମଲ୍, ଦୋକାନରେ ଭିଡ ନକରିବାକୁ କଡା ତାଗିଦ

ଭୁବନେଶ୍ବର ୧୧।୭: କୋଭିଡ୍ ସଂକ୍ରମଣ ବଢୁଥିବାରୁ BMC ପକ୍ଷରୁ କଡ଼ାକଡ଼ି ହେଲା କଟକଣା । ସପିଂ ମଲ୍, ଦୋକାନରେ ଭିଡ଼ ନକରିବାକୁ ମଧ୍ୟ କଡ଼ା ତାଗିଦ କରାଯାଇଛି । ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ନିଶ୍ଚିତ କରିବେ ମଲ୍ କର୍ତ୍ତୃପକ୍ଷ । ମଲ୍ ଗୁଡିକର ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ BMC ପରାମର୍ଶ ଦେଇଛି । ରାସ୍ତା କଡ ଟିଫିନ୍ ଷ୍ଟଲ, ଚା’ ଦୋକାନ, ଗୁପଚୁପ, ଦହିବରା, ଲସି ଏବଂ ଜୁସ୍ ଷ୍ଟଲରେ ଗହଳି ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି । ସ୍ପା, ସେଲୁନରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।

ସିନେମା ହଲ, ଅଡିଟୋରିୟମ, ଥିଏଟରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆବଶ୍ୟକତାଠାରୁ ଅଧିକ ଗହଳି ନକରିବାକୁ ପରାମର୍ଶ । କୋଭିଡ୍ ନିୟମର ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ