ଆଠଗଡ ୧୧।୭: ଆଠଗଡ ତିଗିରିଆରେ ଟ୍ରକ୍ ଚଢାଇ ଦୁଇ ଜଣଙ୍କୁ ହତ୍ୟା କରିବା ଘଟଣାରେ ବ୍ୟବହୃତ ଟ୍ରକ୍ ଜବତ ହୋଇଛି । ଟ୍ରକ୍କୁ ତିଗିରିଆ ଥାନା ପୋଲିସ ଜବତ କରିଛି । ରେଜିଷ୍ଟ୍ରେସନ ନମ୍ବର ସତ୍ୟତା ଜାଣିବାକୁ ପୋଲିସ ଆରଟିଓଙ୍କ ସହାୟତା ଲୋଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ, ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାରମ୍ବାର ଗାଡ଼ି ଚଢାଇ ଦୁଇ ଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭାପୁର ଅଞ୍ଚଳରୁ ନିଜର ଝିଅ ବାହାଘର ପାଇଁ ଜିନିଷ ପତ୍ର କିଣି ଘରକୁ ଫେରୁଥିବା ବେଳେ ହଠାତ ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆତର୍କିତ ମରଣାତ୍ମକ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ପରେ ଅନ୍ୟ ଦୁଇ ଭାଇଙ୍କୁ ମାଡ ମାରି ତଳେ ପକାଇ ଅତି ନୃଶଂସ ଭାବେ ବାରମ୍ବାର ଟ୍ରକ୍ ଚଢାଇ ହାତ୍ୟା କରିଥଲେ ଦୁର୍ବୃତ୍ତ । ଅତି ଚତୁରତାର ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଯାହାର ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ମୃତକ ଦୁଇ ଜଣ ଭିରୁଡ଼ା ଗରପଡା ହରିଜନ ସାହିର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ ।