ଦେଶ ବିଦେଶ ମନୋରଞ୍ଜନ

ଷ୍ଟେଜ୍‌ରେ ନିଆଁ ଲଗାଇଲେ ବର-କନ୍ୟା, ୟୁଜର୍ସ କହିଲେ-‘ରବ୍ ନେ ବନାଦି ଯୋଡି’

ନୂଆଦିଲ୍ଳୀ ୧୧।୦୭: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳେ । ଯାହା ଖୁବ୍‌ ଭାଇରାଲ୍‌ ହୋଇଥାଏ । ଏଥିମଧ୍ୟରୁ କିଏ ଷ୍ଟଣ୍ଟ କରେ ତ ଆଉ ଫିଲ୍ମ ଗୀତରେ କିଏ ରିଲ୍‌ସ୍‌ । ହେଲେ ବର୍ତ୍ତମାନ ବାହାଘରର ସିଜିନ୍‌ ଚାଲୁଥିବାରୁ ବାରାତି ଡ୍ୟାନ୍ସ ଖୁବ୍‌ ଭାଇରାଲ୍‌ ହେବାରେ ଲାଗୁଛି । ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ହସକୁ ନିୟନ୍ତ୍ରଣ କରି ପାରିବେ ନାହିଁ । ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଭିଡିଓରେ ବର ଏବଂ କନ୍ୟାର ଡ୍ୟାନ୍ସ ଭିଡିଓ ଘୁରି ବୁଲୁଛି । ଯାହାକୁ ଲୋକମାନେ ଲଗାତାର ଦେଖୁଛନ୍ତି। ଏହି ଭିଡିଓରେ ବର ଏବଂ କନ୍ୟା ଗୋବିନ୍ଦାଙ୍କ ପପୁଲାର ଗୀତ ‘ତୁମସା କୋଇ ପ୍ୟାରା’ରେ ନାଚୁଛନ୍ତି। ୩୦ ସେକେଣ୍ଡର ଭିଡିଓ ଦୁହେଁ କୌଣସି ହିରୋ ହିରୋଇନ୍‌ ଠାରୁ କମ୍‌ ଲାଗୁ ନାହାନ୍ତି । ଅନେକ ଲୋକ ଭିଡିଓକୁ ଦେଖି ମନୋରଞ୍ଜନ କରୁଥିବା ଦୁହିଁଙ୍କ କେମେଷ୍ଟ୍ରିକୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

ଏବେ ଉଭୟଙ୍କ ଯୋଡି ବହୁତ ପସନ୍ଦ କରାଯାଉଛି । ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି ଯେ ଏହି ଯୋଡି ପ୍ରକୃତରେ ପରସ୍ପର ପାଇଁ ହୋଇଛନ୍ତି ତଥା ରବନେ ବନା ଦି ଯୋଡି। ଉଭୟଙ୍କ ମୁହଁରେ ଥିବା ଖୁସି ସମସ୍ତଙ୍କୁ ହୃଦୟକୁ ଛୁଇଁଛି। ଏହି ଟ୍ରେଣ୍ଡିଂ ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଭ୍ୟୁ ପାଇଥିବା ବେଳେ ୧୫ ହଜାରରୁ ଅଧିକ ଲାଇକ୍‌ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ