ଅପରାଧ ଦେଶ ବିଦେଶ ରାଜ୍ୟ

ଚୋର ସନ୍ଦେହରେ ପ୍ରାଣାନ୍ତକ ଆକ୍ରମଣର ଶିକାର ଯୁବକଙ୍କ ମୃତ୍ୟୁ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଇଂଚୁଡ଼ି ପଞ୍ଚାୟତର ସରପଞ୍ଚଙ୍କ ପ୍ରରୋଚନାରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି କୁନା ଦଳେଇ(୩୫)। ଏହି ଘଟଣାକୁ ନେଇ ଏବେ ଇଞ୍ଚୁଡ଼ି ଅଂଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟଲୋକେ ଇଂଚୁଡ଼ି ସରପଞ୍ଚଙ୍କ ଘର ଆଗରେ ହୋହଲ୍ଲା କରୁଥିବା ବେଳେ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ଇଂଚୁଡ଼ିପାହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିଲା। ସେମାନେ କୁନା ଦଳେଇଙ୍କୁ ସନ୍ଦେହ କରିବା ପରେ ସେ ମଧ୍ୟ ସେ ଲୋକର ଚୋରି ସାମଗ୍ରୀ ଫେରାଇ କରିଥିବା ଭୁଲ ପାଇଁ କ୍ଷମା ମାଗିଥିଲେ। କିନ୍ତୁ ଗତକାଲି ସକାଳେ ସ୍ଥାନୀୟ ସରପଞ୍ଚ ଏ କଥା ଜାଣିଲା ପରେ କୁନା ଦଳେଇଙ୍କୁ ତା ଘରୁ ଡାକିଆଣି ଛକ ଉପରେ କିଛି ଯୁବକଙ୍କ ଦ୍ୱାରା ନିର୍ଧୁମ ମାଡ଼ ମରାଇଥିଲେ। ଫଳରେ କୁନା ଗୁରୁତର ହୋଇଯାଇଥିଲେ। ଏହାପରେ ସନ୍ଧ୍ୟା ସମୟରେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା।

ଆମ୍ବୁଲାନ୍ସ ପହଂଚିବା ପରେ ସଂପୃକ୍ତ ଯୁବକମାନେ ଫେରାର ହୋଇଯାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତର ଅବସ୍ଥାରେ କୁନା ଦଳେଇଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନେଇଆସିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ଅଭିଯୋଗ ମୁତାବକ ଖବର ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଘଟଣାକୁ ନେଇ ସରପଞ୍ଚଙ୍କ ବିରୋଧରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ