କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ବାସୀ ରଥଯାତ୍ରା: ଏହି ଜାଗାରେ ଆଜି ଟଣା ହେଲା ରଥ, ଜାଣନ୍ତୁ କାହିଁକି?

କୋରାପୁଟ: ଜୁଲାଇ ୧ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଶେଷ ହୋଇଛି । କିନ୍ତୁ ଏହାର ପର ଦିନ ମାନେ ଆଜି ଏକ ସ୍ଥାନରେ ବାସୀରେ ଟଣା ହେଲା ରଥ । ଏଠାରେ ପାଳନ ହୁଏ ବାସୀ ରଥଯାତ୍ରା । ସାରା ରାଜ୍ୟରେ ବିଶ୍ୱନିୟନ୍ତାଙ୍କ ରଥ ଶୁକ୍ରବାର ଟଣା ହୋଇଥିବା ବେଳେ ଶନିବାର ଏଠାରେ ରଥ ଟଣାଯାଇଛି । କୋରାପୁଟର ଜୟପୁରରେ ଆଜି ରଥ ଟଣାଯାଇଛି ।

ଐତିହାସିକ ରଥ ଯାତ୍ରା ପାଇଁ ଶୁକ୍ରବାର ତିନି ଠାକୁରଙ୍କ ପହଣ୍ଡି କରାଯାଇଥିଲା। ତିନି ଠାକୁରଙ୍କୁ ରଥାରୁଢ ମଧ୍ୟ କରାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ଶନିବାର ରଥ ଟଣା ହୋଇଛି । ଘଣ୍ଟ, ସଂକିର୍ତ୍ତନ, ବାଜା ଇତ୍ୟାଦିରେ ରଥରେ ବିରାଜମାନ ତିନି ଠାକୁରଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ରଥ ଟଣା ପୂର୍ବରୁ କାକରା, ଆରିସା, ଗଜା, ନଡିଆ, କଦଳୀ, ପଣସ, ସପୁରି ଇତ୍ୟାଦି ବ୍ୟଞ୍ଜନ ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଥିଲା ।

ତେବେ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ପାଇଁ ଟାଉନ ପୋଲିସ ତରଫରୁ ପୋଲିସ ମୁତୟନ କରାଯାଇଥିଲା । ଶହ ଶହ ଜଗନ୍ନାଥ ପ୍ରେମୀ ହାତରେ ନଡିଆ କଦଳୀ ଧରି ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଜୟପୁର ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ଏସଡିପିଓ ଅରୁପ ଅଭିଷେକ ବେହେରାଙ୍କ ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ, ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ ଏବଂ ଅତିରିକ୍ତ ତହସିଲଦାର ମାନସ ଘଢେଇ ପ୍ରମୁଖ ଏହି ରଥଯାତ୍ରାରେ ସାମିଲ ହୋଇଥିଲେ ।

ସାରା ରାଜ୍ୟରେ ଗତ କାଲି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଖାସ କରି ଶ୍ରୀକ୍ଷେତ୍ର ଧାମ ସହିତ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ।।ବର ଶ୍ରୀକ୍ଷେତ୍ରରେ ମଧ୍ୟ ଗତ କାଲି ତିନି ଠାକୁରଙ୍କ ରଥ ଟଣା ହୋଇଛି । କିନ୍ତୁ ରାଜାରାଜୁଡ଼ା ଅମଳର କିଛି ପାରମ୍ପରିକ ରୀତି ନୀତି ନିୟମ ଅନୁସାରେ ଓଡ଼ିଶାର କିଛି ସ୍ଥାନରେ ଆଜି ରଥଯାତ୍ରା ପାଳନ କରାଯାଉଛି । ରାଜା ବିକ୍ରମ ଦେବଙ୍କ ଅମଳଠାରୁ ଜୟପୁରରେ ପୁରୀ ଗୁଣ୍ଡିଚା ଯାତ୍ରାର ବାସୀ ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଜୟପୁରର ରଥଯାତ୍ରାରେ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସି ସାମିଲ ହୋଇଥିଲେ । ବିଶେଷ କରି ଗତ ଦୁଇ ବର୍ଷ ଧରି ରଥଯାତ୍ରା ପାଳନ ହୋଇନଥିବାରୁ ଚଳିତ ବର୍ଷ ରଥଯାତ୍ରା ରେ ବ୍ୟାପକ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ