ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ: ଖୋର୍ଦ୍ଧା ଜିଲ୍ଲାକୁ ନେଇ ବଢୁଛି ଚିନ୍ତା

ଭୁବନେଶ୍ୱର: ସାରା ରାଜ୍ୟରୁ ଏବେ କୋଭିଡ ପଜିଟିଭ ସଂଖ୍ୟାରେ ଧିରେ ଧିରେ ବଢିବାରେ ଲାଗିଛି । ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ ଏବେ ଓଡିଶାରେ ମଧ୍ୟ ଏହାର ଭୟାବହତା ଆରମ୍ଭ ହୋଇଛି । ରାଜ୍ୟର ଦୈନିକ ସଂକ୍ରମଣ ଏବେ ୩୦୦ ପାର ହୋଇଛି । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ଏବେ ବଢିବାରେ ଲାଗିଛି । ଆଜି ମଧ୍ୟ କରୋନାରେ ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ୩୩୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଏମାନଙ୍କ ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ କିମ୍ବା ତାଠାରୁ କମ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫ ଜଣ କ୍ୱାରାଣ୍ଟାଇନରୁ ଏବଂ ଅନ୍ୟ ୧୩୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ୪, କୋରାପୁଟ ଏବଂ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ସଂକ୍ରମଣ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ମୟୁରଭଞ୍ଜ, ନୟାଗଡ ଓ ପୁରୀରୁ ୨ଟି ଲେଖାଏଁ ପଜିଟିଭ କେସ ଆସିଛି । ତେବେ ରାୟଗଡା ଓ ସୋନପୁରରୁ ଜଣେ ଲେଖଶଏଁ କରୋନା କବଳରେ ଆସିଛନ୍ତି ଏବଂ ଷ୍ଟେଟ ପୁଲ ୩୭ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଅରା ୩୩୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଏମାନଙ୍କ ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ କିମ୍ବା ତାଠାରୁ କମ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫ ଜଣ କ୍ୱାରାଣ୍ଟାଇନରୁ ଏବଂ ଅନ୍ୟ ୧୩୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୦ ଏବଂ ଜଗତସିଂହପୁରରୁ ୬ ଜଣ ସଂକ୍ରମଣ ହୋଇଛନ୍ତି । ସେହିପରି ନୂଆପଡାରୁ ୪, କୋରାପୁଟ, କଳାହାଣ୍ଡି ଏବଂ ସୁନ୍ଦରଗଡରୁ ୩ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ମୟୁରଭଞ୍ଜ, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ପୁରୀରୁ ୨ଟି ଲେଖାଏଁ ପଜିଟିଭ କେସ ଆସିଛି । ତେବେ ରାୟଗଡା ଓ ସୋନପୁରରୁ ଜଣେ ଲେଖାଏଁ କରୋନା କବଳରେ ଆସିଛନ୍ତି ଏବଂ ଷ୍ଟେଟ ପୁଲ ୩୭ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ତେବେ କେବଳ ସଂକ୍ରମିତ ନୁହେଁ,ରାଜ୍ୟରେ ଗତ ୨୪ ଘଣ୍ଟାରେ ବିଭିନ୍ନ ହସ୍ପିଟାଲର ୧୨୯ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି । ତେବେ ୧୬୯୫ ଜଣ କରୋନା ଆକ୍ରାନ୍ତ ଏବେ ବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ସେପଟେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୧୧୭କୁ ବୃଦ୍ଧି ପାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ