ଅପରାଧ ଦେଶ ବିଦେଶ ରାଜ୍ୟ

ଗ୍ରାହକ ସାଜି ଚଢାଉ କଲା ଅବକାରୀ ବିଭାଗ, ଜବତ ହେଲା ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁାଗର

ବ୍ରହ୍ମପୁର ୦୬।୦୭ : ଥମୁନି ଧଳାଜହର କାରବାର । ଅବକାରୀ ବିଭାଗ ହାତରେ ଧରାପଡିଲେ ବ୍ରାଉନ୍‌ସୁଗାର ବେପାରୀ । ତାଙ୍କ ନିକଟରୁ ୧୧୨ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ମୁଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ବ୍ରାଉନ୍‌ସୁଗାର କାରବାର ନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଅବକାରୀ ବିଭାଗ ଏକ ଗୁଇନ୍ଦା ଟିମ୍‌ କରି ଗୋଦାବରୀଶ ନଗରରେ ସଜାଗ ରହିଥିଲା । ଗ୍ରାହକ ସାଜି ବେପାରୀଙ୍କ ନିକଟରୁ ବ୍ରାଉନ୍‌ସୁାଗର କିଣିବା ବେଳେ ଧରିଥିଲା ଅବକାରୀ ବିଭାଗ । ଏହାସହ ବେପାରୀ ନିକଟରୁ ୧୧୨ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ବ୍ରାଉନ୍‌ସୁଗାର ବେପାରୀଙ୍କୁ ବାନ୍ଧିଲା ଅବକାରୀ ବିଭାଗ । ତବେ ଗତ ୨୦ ଦିନ ଧରି ଅପେରସନ କରୁଥିଲା ଅବକାରୀ ବିଭାଗ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ