ଅପରାଧ ରାଜ୍ୟ

ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ, ସଂସ୍ପର୍ଶରେ ଆସି ଭାଲୁ ମୃତ

ବୌଦ୍ଧ ୪।୭: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲୀ ଜନ୍ତୁ ଶିକାର ବଢ଼ିବାରେ ଲାଗିଲାଣି । ଶିକାରୀଙ୍କ ହାତରେ କେତେବେଳେ ହାତୀ ମରୁଛି ତ ଆଉ କେତେବେଳେ ବାରହା । ସୋମବାର ଶିକାରୀଙ୍କ ହାତରେ ପୁଣି ଗୋଟିଏ ଜଙ୍ଗଲୀ ଭାଲୁର ଜୀବନ ଯାଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ବାରହା ମାରିବାକୁ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏଯାଏଁ କିନ୍ତୁ ବନ ବିଭାଗର ବାବୁମାନେ ପହଞ୍ଚିନାହାନ୍ତି । କେବଳ ଏହି ଘଟଣା ନୁହେଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ଭାବରେ ବାରହା ଏବଂ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁଙ୍କ ସହ ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି ।

ଗତ ମାସରେ ଏକ ସପ୍ତାହ ମଧ୍ୟରେ ବୌଦ୍ଧ ରେଞ୍ଜରେ ଦୁଇ ଦୁଇଟି ହାତୀ ଶିକାର ହେବା ନଜର ଆସିଥିଲା । ସେହି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ରେଞ୍ଜର, ଫରେଷ୍ଟର ଓ ଗାର୍ଡକୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ହେଲେ ଜିଲ୍ଲାରେ ଏଯାଏଁ ଜନ୍ତୁ ଶିକାର କମିନାହିଁ । ଜଙ୍ଗଲ ଏବଂ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ନିଯୁକ୍ତି ପାଇଥିବା ବନ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଏବଂ ଦୁର୍ନୀତିଖୋର ମନୋବୃତ୍ତି ଯୋଗୁଁ ଗୋଟିଏ ପରେ ଗୋଟିଏ ଜଙ୍ଗଲୀ ଜନ୍ତୁ ଅକାରଣେ ପ୍ରାଣ ହରାଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।