ଅପରାଧ ରାଜ୍ୟ

ନଦୀରେ ଭାସୁଛି ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଆଠଗଡ଼ ୦୩।୦୭ : ନଦୀରେ ଭାସୁଛି ମୃତଦେହ । ଏବେ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନାହିଁ । ଆଠଗଡ଼ ଧବଳେଶ୍ୱର ବିଦ୍ୟାଧରପୁର ଗାଁ ମହାନଦୀରେ କୂଳରେ ଭାସୁଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଦ୍ୟାଧରପୁର ଗାଁ ନିକଟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଉଭୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ହେଲେ ଏବେ ଯାଏଁ ମୃତଦେହଟି ପରିଚୟ ମିଳିପାରିନାହିଁ ପୋଲିସ । ପୋଲିସ ଖୋଲତାଡ ଆରମ୍ଭ କରିଛି ।

ତେବେ ଦୁଇ ଦିନ ତଳେ ମୁଣ୍ଡଳୀ ନିକଟରେ ଏକ ବୁଲେଟ୍‌ ରଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ଏହା ସେହି ବ୍ୟକ୍ତିଙ୍କ ବୋଲି ସନ୍ଦେହ କରାଯାଉଛି । ପରିବାର ଲୋକ ପହଞ୍ଚି ମୃତ ଶରୀରକୁ ଚିହ୍ନଟ କଲା ପରେ ସତ୍ୟା ସତ୍ୟ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।