ଅପରାଧ ଦେଶ ବିଦେଶ

ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ

ନୂଆଦିଲ୍ଲୀ ୦୩/୦୭: ସାମ୍ନାକୁ ଆସିଛନ୍ତି ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ । ବଖାଣିଛନ୍ତି ଛାତିଥରା କାହାଣୀ । କେମିତି ଦୁଇ ଆତଙ୍କବାଦୀ କହ୍ନେୟାଲାଲଙ୍କୁ ହତ୍ୟା କରିଥିଲେ ସେ ତାହା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଉଦୟପୁର ସହରରେ କହ୍ନେୟାଲାଲ ଘଟଣାକୁ ନେଇ କର୍ଫ୍ୟୁ ଲାଗିଛି । ସାରା ଦେଶରେ ଏହି ସମ୍ବେଦନଶୀଳ ଘଟଣାରେ ହଇଚଇ ଖେଳିଯାଇଛି । ଏହାମଧ୍ୟରେ ପ୍ରଥମ ଥର କ୍ୟାମେରା ଆଗକୁ ଆସିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଇଶ୍ୱରଲାଲ୍ । କହ୍ନେୟାଲାଲଙ୍କ ଦୋକାନରେ କାମ କରୁଥିବା ୪୫ ବର୍ଷୀୟ ଇଶ୍ବରଲାଲ ଏବେ ହସପିଟାଲ୍ ରେ ଅଛନ୍ତି । ଅନ୍ୟ ଜଣେ କାରିଗର ରାଜକୁମାର ଘରେ ଅଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଜୁନ ୨୮ ତାରିଖରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଦିନ ଦୋକାନରେ ଦୁହେଁ ଉପସ୍ଥିତ ଥିଲେ । ପ୍ରାୟ ୨ ଟା ୩୦ରେ ଅଭିଯୁକ୍ତ ରିୟାଜ ଏବଂ ଗୋସ୍ ଗ୍ରାହକ ହୋଇ ଦୋକାନକୁ ଆସିଥିଲେ। କୁର୍ତ୍ତା ଏବଂ ପାଇଜାମା ମାପ ନେବାକୁ କହିଥିଲେ। କହ୍ନେୟାଲାଲ ମାପ ନେଇଥିଲେ । ଠିକ ସେହି ସମୟରେ ଅଚାନକ ୨ ଅଭିଯୁକ୍ତ କହ୍ନେୟାଲାଲଙ୍କୁ ଛୁରୀରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ।

କହ୍ନେୟାଲାଲଙ୍କୁ ବଞ୍ଚାଇବା ବେଳେ ତାଙ୍କୁ ମଧ୍ୟ ୨ ଅଭିଯୁକ୍ତ ଆକ୍ରମଣ କରିଥିଲେ। ଇଶ୍ବରଲାଲଙ୍କ କାନ୍ଧ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା । ବଞ୍ଚାଇବା ପାଇଁ ସେମାନେ ପାଟି କରି ସହାୟତା ମାଗିଥିଲେ , ହେଲେ ଭୟରେ କେହି ଆସିନଥିଲେ । କହ୍ନେୟାଲାଲଙ୍କୁ ମୃତ୍ୟୁ ପରେ ବି ୨ ଅଭିଯୁକ୍ତ ଛୁରୀ ମାରିଚାଲିଥିଲେ ବୋଲି ଇଶ୍ୱରଲାଲ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ