ଅପରାଧ ରାଜ୍ୟ

ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ପ୍ରାୟ ୨୫ଲକ୍ଷ ଟଙ୍କାର ଫୋନ୍

ସୁବର୍ଣ୍ଣପୁର ୨।୭: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ଅଞ୍ଚଳ ତ୍ରିବେଣୀ ଛକଠାରେ ଥିବା ପଣ୍ଡା ଅଡିଓ ଓ ଭିଡିଓ ଦୋକାନରୁ ଚୋରି । ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ସଟର କାଟି ଦୋକାନ ଭିତରୁ ସମସ୍ତ ମୂଲ୍ୟବାନ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଚୋରି କରି ନେଇଥିବା ନେଇ ଥାନରେ ଅଭିଗୋଗ ହୋଇଛି । ଚୋରି ହୋଇଥିବା ମୋବାଇଲର ବଜାର ମୂଲ୍ୟ ହାରାହାରି ୨୦ରୁ ୨୫ଲକ୍ଷ ହେବ ବୋଲି ଦୋକାନ ମାଲିକ ସୂଚନା ଦେଇଛନ୍ତି ।

ଗତ କିଛି ମାସ ହେବ ବୀରମହାରାଜପୁର ଆଦର୍ଶ ଥାନାରୁ ପ୍ରୟ ୨୦୦ରୁ ୫୦୦ ମିଟର ଭିତରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୋଲିସ କୌଣସି ଚୋରିର ଟେର ପାଉନାହିଁ । ପୋଲିସର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।