ମୁନିଗୁଡା ୦୨/୦୭: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଟ୍ରକ ସହ ୪୮୦ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଥିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବର ପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରିଥିଲା ।
ମୁନିଗୁଡା ଖୋଲା ଜିମ୍ ନିକଟରେ ଗାଡିଯାଞ୍ଚ ବେଳେ ସେହି ସମୟରେ ଦୃତ ଗତିରେ ଯିବାକୁ ଚେଷ୍ଟା କରୁଥିବା ଏକ ଟ୍ରକକୁ ଅଟକାଇ ଥିଲେ । ସେଥିରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲେ । ଥାନାରେ ଗଞ୍ଜେଇ ଓଜନ କରିବା ପରେ ୪୮୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।
ଏହି ଗଞ୍ଜେଇ ନନ୍ଦପୁରରୁ ଭଦ୍ରକ ଯାଉଥିବା ବେଳେ ଏଥିରେ ସମ୍ପୃକ୍ତ ଗଞ୍ଜେଇ ମାଫିଆ ଜଣକ ହେଲେ ଭଦ୍ରକ ଅଞ୍ଚଳର ଗଜେନ୍ଦ୍ର ସିଂ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।