ଦେଶ ବିଦେଶ ମନୋରଞ୍ଜନ

ଇନଷ୍ଟାରେ ରହିଛି ରଣବୀରଙ୍କ ସିକ୍ରେଟ୍‌ ଆକାଉଣ୍ଟ, ଖୁଲାସା କଲେ ଅଭିନେତା

ମୁମ୍ବାଇ ୩୦।୯: ରଣବୀର କପୁରଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ରଣବୀର କପୁରଙ୍କ ଇନଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ବିବାହ ପରେ କୁଆଡେ ରଣବୀର ଇନଷ୍ଟାଗ୍ରାମ୍‌ରେ ଆକାଉଣ୍ଟ ଖୋଲିବେ। ହେଲେ ଏବେ କରଣ ଜୋହର ଖୁଲାସା କରି କହିଛନ୍ତି କି ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ ଅନ୍ୟମାନଙ୍କ ଆକାଉଣ୍ଟ ଦେଖନ୍ତି। କିନ୍ତୁ ନିଜର କିଛି ପୋଷ୍ଟ କରନ୍ତି ନାହିଁ । ଏବେ ରଣବୀର ନିଜେ ଏହି କଥା କହିଛନ୍ତି।

ରଣବୀର କପୁର ବର୍ତ୍ତମାନ ପିତା ହେବାକୁ ଯାଉଛନ୍ତି। ଏହି ଖବର ପାଇ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଇନଷ୍ଟାଗ୍ରାମରେ ଆଲିଆ ଭଟ୍ଟ ଏହି ଖବର ଦେଇଛନ୍ତି। କେବଳ ରଣବୀରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ, ଗୁଗୁଲରେ ତାଙ୍କ ବିଷୟରେ ଅନେକ ଜିନିଷ ସର୍ଚ୍ଚ କରାଯାଇଥାଏ। ଯାହାର ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଅଛି।

ଶମଶେରାର ପ୍ରମୋସନ୍‌ ବେଳେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ବିଷୟରେ କହିଥିଲେ ଦେଖ, ମୁଁ ଏଥିରେ ପୋଷ୍ଟ କରେ ନାହିଁ ଏବଂ କୌଣସି ଫ୍ୟାନ ଫଲୋର୍ସ ମଧ୍ୟ ନାହାନ୍ତି। ଆକାଉଣ୍ଟ ଅଛି ଯାହା ଦ୍ବାରା ସେ କିଛି ଆକାଉଣ୍ଟକୁ ଫଲୋ କରିବେ। ଏହା ପରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପବ୍ଲିକ୍‌ କରିବା ବିଷୟରେ ମଧ୍ୟ କହିଥିଲେ। କିନ୍ତୁ ବର୍ତ୍ତମାନ ଠିକ ଅଛି କାହିଁକି ନା ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ