ଭୁବନେଶ୍ୱର ୩୦।୦୬ : ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଯୁବକଙ୍କ ପାଇଁ ପଡିଲା ମହଙ୍ଗା । ଗିରଫ ହେଲେ ପଣ୍ଡାକୁଦିଆ ବସ୍ତିର ଯୁବକ ତପନ କୁମାର ଦିଗଲ । ଘଟଣାରେ ଆହୁରି ତଦନ୍ତ କରୁଛି ପୋଲିସ ।
ଖବର ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକା ସହ ତପନ ବିବାହ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା। ଏପିରିକି ତପନ ଶାରୀରିକ ସମ୍ପର୍କ ରଖି ନାବାଳିକାକୁ ତିନି ମାସର ଗର୍ଭବତୀ କରାଇବା ଅଭିଯୋଗ ମଧ୍ୟ ହୋଇଛି । ଗର୍ଭବତୀ ହେବା ପରେ ମେଡ଼ିସିନ ଦେଇ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଅଭିଯୁକ୍ତ ତପନକୁ ଗିରଫ କରିଛି ପୋଲିସ । ଏବେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିଛି ଭରତପୁର ଥାନା ପୋଲିସ ।