ଅପରାଧ ରାଜ୍ୟ

SBI ଏଟିଏମ୍‌ରୁ ଟଙ୍କା ଲୁଟ୍, ଗ୍ୟାସ୍ କଟରରେ କାଟିଦେଇଛନ୍ତି ସଟର

ଆନନ୍ଦପୁର ୩୦।୬: କେନ୍ଦୁଝର ଘଷିପୁରା ଥାନା ଧକୋଠା ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ଏଟିଏମ୍ ଥିବା ବ୍ଲିଡିଂର ଲାଇନ୍ କାଟିବା ପରେ ଗ୍ୟାସ୍ କଟର ସାହାଯ୍ୟରେ ସଟର କାଟିବା ସହ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ଗୁରୁବାର ସକାଳୁ ଭଡା ଘରେ ଚାଲିଥିବା ଏହି ଏଟିଏମର ସଟର ଭଙ୍ଗାରୁଜା ହେବା ସହ ଟଙ୍କା ଟ୍ରେ ସବୁ ରାସ୍ତା ଆରପଟେ ପଡିଥିବା ଦେଖି ସ୍ଥାନୀୟ ଜଣେ ଦୋକାନୀ ଘର ମାଲିକଙ୍କୁ ଖବର ଦେଇଥିଲେ । ପରେ ଘର ମାଲିକ ନିରଂଜନ ସାହୁ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କୌଣସି ସନ୍ଧାନ ପାଇପାରି ନାହିଁ । ମାସକ ତଳେ ଏହି ଏଟିଏମରୁ ବ୍ୟାଟେରୀ ଚୋରୀ ହୋଇଥିଲ । ମାସକ ପରେ ଗତ ରାତିରେ ଟଙ୍କା ଲୁଟ୍ କରିବା ଘଟଣା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।