ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ତାମିଲନାଡୁରେ ଓଡିଆ ଯୁବକଙ୍କ ମୃତ୍ୟୁ

ବୌଦ୍ଧ ୩୦।୬: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡା ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ସୁଦୁର ତାମିଲନାଡୁ ଯାଇଥିବା ବେଳେ ଟ୍ରକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ତାଲବେଡା ଗ୍ରାମର ଇତିହାସ ରଣାଙ୍କ ପୁଅ ମୁକେଶ ରଣା ୪ ମାସ ପୂର୍ବେ ଦାଦନ ଖଟିବାକୁ ଯାଇ ସୁଦୂର ତାମିଲନାଡୁ ବେମ୍ବିସେଲ ସହରର ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ। ବୁଧବାର ତାଙ୍କର ଜଣେ ସହକର୍ମୀଙ୍କ ସହିତ କାମ କରିବାକୁ ବାଇକ୍ ଯୋଗେ କାରଖାନାକୁ ଯାଉଥିବା ବେଳେ ବେମ୍ବିସେଲ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତକଙ୍କ ଶବକୁ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ମୃତ ମୁକେଶଙ୍କ ପରିବାର ଅତି ଗରିବ ଶ୍ରେଣୀର । ଘର ତିଆରି କରିବା ସହିତ ତାଙ୍କ ବାହାଘର ପାଇଁ ଅର୍ଥ ରୋଜଗାର ପାଇଁ ଗତ ୪ ମାସ ତଳେ ତାମିଲନାଡୁ ଯାଇଥିଲେ । ଏବେ ଘରକୁ ପୁଅର ଶବ ଆଣିବାକୁ ପରିବାର ପାଖରେ ସମ୍ବଳ ନ ଥିବାରୁ ଜିଲ୍ଲା ଶ୍ରମ ବିଭାଗକୁ ଅନୁରୋଧ କରିବା ପରେ ବେମ୍ବିସେଲ କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରି ଶବ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।