ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିପତି ସହକାରୀ ଯନ୍ତ୍ରୀ, ବିଲ୍ଡିଂର ଦାମ୍‌ ୧ କୋଟି ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର ୨୯।୦୬: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଯନ୍ତ୍ରୀ । କଟକ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ସକାଳୁ ଛାନଭିନ୍ ଚଳାଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡମପଡା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି। ଏଯାଏ ଯନ୍ତ୍ରୀଙ୍କ ଯେଉଁ ସଂପତ୍ତି ମିଳିଛି ତାହା ତାଜୁବ କରିଛି ଭିଜିଲାନ୍ସ ଟିମ୍‌ ।

ମିଳିଥିବା ଖବର ଅନୁଯାୟୀ, ସହକାରୀ ଯନ୍ତ୍ରୀଙ୍କ ଗୋଟିଏ ବିଲ୍ଡିଂର ଦାମ୍ ୧ କୋଟି ୨୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ବାରଙ୍ଗ କୁହ୍ଲେଇପଦାସ୍ଥିତ ତିନି ମହଲା ଘରର ମଲ୍ୟ ୧ କୋଟି ୨୫ ଲକ୍ଷ ଟଙ୍କା । ଏହାଛଡା ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୩ ଟି ପ୍ଲଟ, କଟକରେ ଗୋଟିଏ ଏବଂ ରାଜକନିକାରେ ଗୋଟିଏ ପ୍ଲଟ ଠାବ ହୋଇଛି । ଏହି ସବୁ ସଂପତ୍ତିର ଦାମ୍ କେତେ ତାହା ଭିଜିଲାନ୍ସ ସ୍ପଷ୍ଟ କରିନି। ଏହଛାଡା ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ଇନ୍ସ୍ୟୁରାସନ ଡିପୋଜିଟ୍ ମିଳିଛି । ୩୦୦ ଗ୍ରାମର ସୁନା ଏବଂ ୩୭୮ ଗ୍ରାମର ରୂପା ଅଳଙ୍କାର ଜବତ ହୋଇଛି । ଏହାସହ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୋଟିଏ କାର୍, ୨ଟି ଦୁଇ ଚକିଆ ଗାଡି ଜବତ କରିଛି ଭିଜିଲାନ୍ସ। ଡମପଡା ସ୍ଥିତ ଅଫିସ, ବାରଙ୍ଗ କୁହ୍ଲେଇପଦାସ୍ଥିତ ତିନି ମହଲା ଘର, କେନ୍ଦ୍ରାପଡ଼ା ରାଜକନିକା ତନେଇପଦାସ୍ଥିତ ସମ୍ପର୍କୀୟଙ୍କ ଘର, ଚୌଦ୍ବାର ହାଉସିଂବୋର୍ଡ ସ୍ଥିତ ଭାଇଙ୍କ ଘରେ ରେଡ୍ କରାଯାଉଛି । କଟକ ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ କରାଯାଉଛି। ଚଢାଉରେ ୪ ଜଣ ଡିଏସ୍‌ପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।