ଅପରାଧ ରାଜ୍ୟ

ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦ : ଥାନା ଘେରାଉ କଲେ ଗ୍ରାମବାସୀ

ଗଜପତି ୨୯।୬: ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦରେ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ଘେରାଉ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କକରିଥିଲେ ପାର୍ସମ୍ବା ଗ୍ରାମର ଗ୍ରାମବାସୀ । ହୋମଗାର୍ଡ ଲକ୍ଷ୍ମଣ ଶବରଙ୍କ ସମେତ ୧୦ଜଣ ଦୁର୍ବୃତ୍ତ ଆସି, ପାର୍ସମ୍ବା ଗ୍ରାମରେ କାମ କରୁଥିବା ଜଣେ ଜେସିବି ଡ୍ରାଇଭରକୁ ମଙ୍ଗଳବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଅତି ଅମାନୁଷିକ ଭାବେ ଠେଙ୍ଗା, କାତି, କୁରାଢି ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ଦେଖି ଉପସ୍ଥିତ କିଛି ଗ୍ରାମବାସୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଜେସିବି ଡ୍ରାଇଭର ସ୍ବାଗତ ପାଲକା ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ଆକ୍ରମଣ କରୁଥିବା ଦୁର୍ବୃତ୍ତଙ୍କ ମଧ୍ୟରେ ଲାଛନା ଶବର ନାମକ ଜଣେ ପୋଲିସ ହୋମଗାର୍ଡ ସାମିଲ ରହିଥିବା ବେଳେ କ୍ଷମତାର ଅପବ୍ୟବହାର କରି ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରିଆସୁଥିଲେ । ଏମିତି କି ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଶତାଧିକ ଗ୍ରାମବାସୀ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପହଞ୍ଚି ପ୍ରତିବାଦ କରିବା ସହ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।