ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉଦୟପୁର ଘଟଣାରେ ଟ୍ୱିଟ କଲେ କ୍ରିକେଟର ଇରଫାନ୍ ପଠାନ୍, ଭଡକିଲେ ଫ୍ୟାନ୍ସ

ଉଦୟପୁର ୨୯/୬ : ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କୁ ହତ୍ୟା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ନେଇ ସବୁଠି ହଇଚଇ । ବିଶେଷ କରି କ୍ରିକେଟ ଜଗତର ଖେଳାଳି ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଏହାକୁ ଘୋର ନିନ୍ଦା କରିଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି ‘ ଆପଣ କେଉଁ ଧର୍ମରେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ବାସ୍ତବରେ ମାନବିକତାର ହତ୍ୟା । ଆଉ ଇରଫାନଙ୍କ ଟ୍ୱିଟ ପରେ ସବୁଠି ହଟଚମଟ ଆରମ୍ଭ ହୋଇଛି । ଟ୍ୱିଟକୁ ନେଇ ଭଡକିଛନ୍ତି ହଜାର ହଜାର ୟୁଜର୍ସ । ଜଣେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ, ‘ଇରଫାନ୍ ସିଧାସଳଖ ଏହି କଥା ନିଜ ସମ୍ପ୍ରଦାୟକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ।

ଏହା ପ୍ରଥମ ଘଟଣା ନୁହେଁ ଯେ, ଇଫାନ ଟ୍ୱିଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ହିଂସା ଘଟମାରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ଇରଫାନ୍ । ସୂଚନାଥାଉକି, ରାଜସ୍ଥାନ ଉଦୟପୁରରେ ଦିନ ଦିପହରରେ ଜଣେ ହିନ୍ଦୁ ଟେଲରଙ୍କୁ ତାଙ୍କ ଦୋକନରେ ପଶି ନିର୍ମମ ଭାବେ ହତ୍ୟା କରିଛନ୍ତି ୩ ଜଣ ସଂଖ୍ୟାଲଘୁ ଯୁବକ ।

ସେମାନେ ଏହି ହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିଛନ୍ତି । ତେବେ ସେମାନଙ୍କୁ ଗିରଫ କରାଯିବା ପରେ ସେଠାରେ ୧୪୪ ଧାରା ଲାଗୁ ହେବା ସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । କୁହାଯାଉଛି ମୃତ କହ୍ନେୟାଲାଲଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାଙ୍କ ବାପା ଅର୍ଥାତ୍ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ