ଅପରାଧ ରାଜ୍ୟ

ବିଜାପୁରରେ ମାଓ ହିଂସା, ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ଗଳାକାଟି ହତ୍ୟା

ମାଲକାନଗିରି ୨୯/୦୬: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ମୋରମେଡ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ ।

ତୈନାଡ ଥାନା ଅନ୍ତର୍ଗତ ମୋରମେଡ ଗ୍ରାମ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମଙ୍କୁ ନକ୍ସଲମାନେ ଗତ ଦୁଇ ଦିନ ତଳେ ଅପହରଣ କରିଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ୧୫ ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ସରପଞ୍ଚ ପତିରାମ କୁଡିଆମଙ୍କ ଘରେ ଆସି ତାଙ୍କୁ ନକ୍ସଲ ସଭାରେ ଯୋଗଦେବା ଲାଗି ଡାକି ନେଇଥିଲେ ।

ହେଲେ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା ନେଇ ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ସ୍ଥଳରେ ବିଜାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।