ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଓ ବର୍ଷାଙ୍କ ବିରୋଧରେ ଥାନାରେ ଏତଲା, ସମାଜ ଉପରେ ଖରାପ ପ୍ରଭାବ ପଡୁଥିବା ଅଭିଯୋଗ

ନିଶ୍ଚିନ୍ତକୋଇଲି ୨୯।୬: ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ଲୋକେ । ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

‘ବିଶ୍ବାସ’ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ମଙ୍ଗଳବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଲିଖିତ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶାଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲାରେ ଦର୍ଶାଯାଇଛି। ଏହାଛଡ଼ା ଏହି ଘଟଣା ପରଠାରୁ ବିଶେଷ କରି ଗ୍ରାମାଞ୍ଚଳରେ ଝିଅ, ବୋହୂମାନେ କେହି ଅଟୋରେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏହି ଘଟଣାକୁ ନେଇ ବାଟରେ ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ କରାଯାଉଥିବାର ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।