ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଡକାୟତ ଗ୍ୟାଙ୍ଗ୍, ୫ କୁଖ୍ୟାତ ଅପରାଧୀ ଗିରଫ

ଖଲ୍ଲିକୋଟ ୨୮।୬: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଏକ ବଡ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ୫ ଜଣ କୁଖ୍ୟାତ ଡକାୟତ ଗିରଫ ସହ ସେମାନଙ୍କଠାରୁ ୫ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ମାଗାଜିନ, ୧୩ ରାଉଣ୍ଡ ଗୁଳି, ୫ଟି ବୋମାକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଦଳା ଥାନା ଅଞ୍ଚଳ ସାଙ୍କୁଡା ଗ୍ରାମର ମହେଶ୍ବର ସାହୁ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ ପାଟଣାର ସୁବିର କୁମାର ହୋତା ଓରଫ ସିଲୁ, କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମର ରାମ ଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଆସଉରା ଗ୍ରାମର ଦିଲ୍ଲୀପ ପଲାଇ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ମନୋଜ ସ୍ବାଇଁକୁ ପୋଲିସ ଗିରଫ କରିଛି ।

ସୋମବାର ମଧ୍ୟରାତ୍ରିରେ ଖଲ୍ଲିକୋଟ ଥାନା ବଡ ଘାଟି ନିକଟରେ ଜାତୀୟ ରାଜପଥରେ ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ଷ୍ଟାଫ୍ ଅତର୍କିତ ଚଢାଉ କରି ଗିରଫ କରିଥିଲେ । ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।

ସେପଟେ କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଦିଲ୍ଲୀପ ପଲାଇ ନାମରେ ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ବ ମାମଲା ଜଣାପଡିଛି । ସେହିଭଳି ଖଲ୍ଲିକୋଟ ଥାନା ଅଞ୍ଚଳର ମନୋଜ ସ୍ବାଇଁଙ୍କ ନାମରେ ୭ରୁ ଉର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି । ତେବେ ଏହି ଦୁଇ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି, ରାହାଜାନୀ ଓ ଲୁଟପାଟ ଭଳି ସଙ୍ଗୀନ ମାମଲା ରହିଛି। ଗିରଫ ହୋଇଥିବା ଅଭିଯୁକ୍ତ କେଉଁଠୁ ବେଆଇନ ବନ୍ଧୁକ ଆଣିଲେ ତାର ତଦନ୍ତ କରୁଛି ଖଲ୍ଲିକୋଟ ଥାନା ପୋଲିସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।