ଅପରାଧ ରାଜ୍ୟ

ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ତାଲା ମାରିବା ଘଟଣା, ପ୍ରତିଶୃତି ପାଇ ତାଲା ଖୋଲିଲେ ଚାଷୀ

ନୂଆପଡା ୨୮/୦୬: ନୂଆପଡା ବ୍ଲକ ଧରମବନ୍ଧା, ମୋଟା ନୂଆପଡା ଓ ଭେରା ମଣ୍ଡିରେ ପଡି ରହିଛି ପାଖାପାଖି ୧୪ ହଜାର କ୍ୱିଣ୍ଟାଲ ଧାନ । କେତେବେଳେ ଟାର୍ଗେଟ ତ କେତେବେଳେ ମାସ୍କ ବାହାନା କରି ଧାନ ଉଠାଉ ନାହାନ୍ତି ମିଲର୍ସ । ୫ କେଜିରୁ ଅଧିକା ଚାଲିଛି କଟନି ଛଟନି । ବର୍ତ୍ତମାନ ବର୍ଷାରେ ଧାନ ଓଦା ହେଉଥିବା ବେଳେ କିଛି ଧାନ ଗଜା ମଧ୍ୟ ହେବାକୁ ବସିଲାଣି । ଯାହାପାଇଁ ଚିନ୍ତାରେ ଚାଷୀ ।

ସେପଟେ କିଛିଦିନ ଗଲେ ଟୋକମ ମଧ୍ୟ ଲ୍ୟାପ୍ସ ହୋଇଯିବ । ଯାହାପାଇଁ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ଦାବିରେ ଗତକାଲି ଦିନ ୧୨ଟାରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜ କବଜାରେ ନେଇ ଅଫିସ୍ ଭିତରେ ହୋ ହାଲ୍ଲା କରିଥିବା ବେଳେ କେହି ନଶୁଣିବାରୁ ଶେଷରେ କାର୍ଯ୍ୟାଳୟକୁ ତାଲା ମାରିଥିଲେ ।

ଦୀର୍ଘ ୫ ଘଣ୍ଟା ACSO ସହ ୧୦ କର୍ମଚାରି ଅଫିସ୍ ଭିତରେ ବନ୍ଦି ରହିବା ପରେ ଜନ ଶୁଣାଣିରୁ ଫେରି ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଧାନ ଉଠାଇବା ପାଇଁ ପ୍ରତିଶୃତି ଦେବା ପରେ ତାଲା ଖୋଲିଥିଲେ । ସେପଟେ ଧାନ ନଉଠିଲେ ଆନ୍ଦୋଳନ ଉଗ୍ର ରୁପ ନେବ ବୋଲି ଚାଷିନେତା ଚେତାବନୀ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।