ଅପରାଧ ରାଜ୍ୟ

ଅଜା ଘରେ ନାତିର ଆତ୍ମହତ୍ୟା, ପ୍ରେମ ସମ୍ପର୍କରୁ ଜୀବନ ହାରିଲେ ଉଜ୍ଜ୍ୱଳ

ବାଲେଶ୍ୱର ୨୮/୦୬: ଅଜା ପାଖକୁ ବୁଲିବାକୁ ଆସି ବେକରେ ଲୁଙ୍ଗି ଦେଇ ଆତ୍ମହତ୍ୟା କଲେ ନାତି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲାର କିଛି ଲୋକ ଦୀର୍ଘ ଦିନ ଧରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଂଚଳରେ ରହି ଫେରି କରି ଆସୁଛନ୍ତି । କ୍ରିଷ୍ଣନଗର ଅଂଚଳର ମହେନ୍ଦ୍ର ବିଶ୍ୱାଶ ଖଗଡା ଗ୍ରାମରେ ଏକ ଭଡା ଘରେ ରହି ଫେରି କରି ଆସୁଥିଲେ ।

୩ ଦିନ ତଳେ ତାଙ୍କ ଝିଅର ପୁଅ ନାତି ଉଜ୍ଜଳ ବିଶ୍ୱାଶ ଅଜା ପାଖକୁ ବୁଲି ବାକୁ ଆସିଥିଲା ବେଳେ ଆଜି ସକାଳ ସମୟରେ ବେକରେ ଲୁଙ୍ଗିଦେଇ ଘର ଚାଳରେ ଝୁଲୁଥିବାର ତାଙ୍କ ଅଜା ଦେଖି ବାକୁ ପାଇ ଥିଲେ । ସଙ୍ଗେ ସଙ୍ଗେ ବାଲିଆପାଳ ଥାନାକୁ ଖବରଦେଇ ଥିଲେ ।

ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚା ହେଉଥିଲା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଫିଟିବ ଗୁମର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।