ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୟଦେବ ବିହାର ଓଭରବ୍ରିଜରେ ସିରିଜ୍‌ ଦୁର୍ଘଟଣା : ବାଇକ୍‌ ଆରୋହୀ ମୃତ, ୩-୪ ଗୁରୁତର

ଭୁବନେଶ୍ୱର ୨୭।୦୬ : ଜୟଦେବ ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଏକାସ୍ଥାନରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଭୁବନେଶ୍ବର ଜୟଦେବ ବିହାର ନିକଟ ଓଭରବ୍ରିଜରେ ରବିବାର ରାତିରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି। ଖଣ୍ଡଗିରି ପଟୁ ବାଣୀବିହାର ଆଡକୁ ଯାଉଥିବା ବେଳେ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇ ଏକ ବାଇକ୍ ହୁତୁ ହୁତୁ ହୋଇ ଜଳି ଯାଇଥିଲା । ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ କିନ୍ତୁ ମିଳି ପାରିନି ।

ସେପଟେ ସେହି ସ୍ଥାନରେ ରସୁଲଗଡ଼ ପଟୁ ଖଣ୍ଡଗିରି ଆସୁଥିବା ବେଳେ ଏକ ହାଇୱା ଟ୍ରକ୍ ସିରିଜ ଦୁର୍ଘଟଣା ଘଟାଇଥିଲା । ଗୋଟିଏ କାର୍ , ଗୋଟି ପିକଅପ ଭ୍ୟାନ୍ ସହ ଆଉ ଦୁଇଟି ଗାଡିକୁ ଧକ୍କା ମାରି ଡିଭାଇଡର ଅନ୍ୟପଟ ରାସ୍ତାକୁ ଚାଲି ଆସିଥିଲା । ଏହି ଦୁର୍ଘଟଣାରେ ୩ ରୁ ୪ଜଣ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।