ଅପରାଧ ରାଜ୍ୟ

କଟକ ଜିଲ୍ଲାପାଳଙ୍କ ନାଁରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ; ସାଇବର ଥାନାରେ ଏତଲା ଦେଲେ ଜିଲ୍ଲାପାଳ

କଟକ ୨୬/୦୬ : କଟକ ଜିଲ୍ଲାପାଳଙ୍କ ନାଁରେ ଏହି ୭୬୯୬୯୧୮୧୫୧ ନମ୍ବର ଜରିଆରେ ନକଲି ହ୍ଵାଟ୍ସଆପ ଆକାଉଣ୍ଟ ତିଆରି କରି ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। କେହି ଜଣେ ବ୍ୟକ୍ତି ପ୍ରତାରଣା ପୂର୍ବକ ଏଭଳି କାମ କରୁଥିବା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଛି। ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭବାନୀ ଶଙ୍କର ଚୟନୀ ସାଇବର ଥାନାରେ ଏତଲା ଦାୟର କରିଛନ୍ତି।

ଏହା ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଟକ ଭୁବନେଶ୍ବର ପୋଲିସ କମିଶନରେଟର ଆୟୁକ୍ତ ଓ ଉପ ଆୟୁକ୍ତଙ୍କୁ ଜଣାଇଛନ୍ତି। ଏହି ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ସମାଜର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମର ପ୍ରତିନିଧିମାନେ ଏହାକୁ ଗୁରୁତର ସହ ଗ୍ରହଣ କରି ଏଭଳି ଅପରାଧିକ କାର୍ଯ୍ୟ କଳାପକୁ ନିରୁତ୍ସାହିତ କରିବା ସମ୍ବନ୍ଧରେ ସମ୍ବାଦ ପରିବେଷଣ କରିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।