ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅସୁରକ୍ଷିତ ଚାଟେଶ୍ୱର ମନ୍ଦିର: ଗର୍ଭଗୃହରେ ଫାଟ, ଯିବାକୁ ଉଚିତ ମନେ କରୁନାହାଁନ୍ତି ଶ୍ରଦ୍ଧାଳୁ

ସାଲେପୁର ୨୭/୦୬: କଟକ ଜିଲ୍ଲା ସାଲେପୁର ବ୍ଳକ କିସିନାପୁର ପୁରାଣ ପ୍ରସିଦ୍ଧ ଚାଟେଶ୍ୱର ମନ୍ଦିର ଏବେ ଅସୁରକ୍ଷିତ । କେଉଁଠି କାନ୍ଥ ପାଟିଆଁ କଲାଣି ତ ଆଉ କେଉଁଠି ସିମେଣ୍ଟ ଛାଡି ଗଲାଣି ଆଉ କେଉଁଠି ପଥର ଖସି କାନ୍ଥରେ ଗର୍ତ୍ତ ସୃଷ୍ଟି ହେଲାଣି । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ପୂଜକ, ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ।

ପୁରାଣ ପ୍ରସିଦ୍ଧ ମନ୍ଦିରର ସୁରକ୍ଷା ପାଇଁ ଏବେ ପ୍ରଶାସନକୁ ନିବେଦନ କରିଛନ୍ତି ପୂଜକ ଓ ଜନସାଧାରଣ । ଏବେ ଏହି ପୁରାଣପ୍ରସିଦ୍ଧ ସର୍ବ ପୁରାତନ ମନ୍ଦିରର ସୁରକ୍ଷା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅଞ୍ଚଳ ବାସୀ ।

ଏଣ୍ଡାମେଣ୍ଟ କମିଶନ ଦ୍ୱାରା ପରିଚାଳିତ ହେଉଛି ମନ୍ଦିର ହେଲେ ମନ୍ଦିର ଏବେ ଅସୁରକ୍ଷିତ ହୋଇପଡିଛି। ମନ୍ଦିରକୁ ଦର୍ଶନ କରିବାକୁ ଗଲେ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ମନ୍ଦିରର ସୁରକ୍ଷାକୁନେଇ ଆଗକୁ କଣ ପଦକ୍ଷେପ ଗ୍ରହଣ କରିଛି ତାକୁ ହିଁ ଅପେକ୍ଷା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।