ଅପରାଧ ରାଜ୍ୟ

କୋରାପୁଟରୁ ଦିଲ୍ଲୀ ଯାଉଥିଲା ଗଞ୍ଜେଇ, ଅଧାରାସ୍ତାରେ ପୋଲିସ ଧରିଲା ୬୦ ଲକ୍ଷରୁ ଅଧିକ ଟଙ୍କାର ସବୁଜ ଜହର

ମୁନିଗୁଡ଼ା ୨୭।୦୬: ଦାମୀ କାର ଓ ଟ୍ରକରୁ ୬୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ପୋଲିସକୁ ଚକ୍ମା ଦେଇ ଦ୍ରୁତଗତିରେ ଚାଲିଯିବାକୁ ଚେଷ୍ଟା କରୁଥିବା କାର ଓ ଟ୍ରକକୁ ଧରିବା ସହ ୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ୍ । ୪ ଜଣ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ।

ଖବର ଅନୁଯାୟୀ, ରବିବାର ରାତିରେ ବିଶେଷ ସୁତ୍ରରୁ ଖବର ପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ସମେତ ମୁନିଗୁଡା ପୋଲିସର ଏକ ଟିମ ମୁନିଗୁଡାର ସମସ୍ତ ପ୍ରବେଶ ପଥକୁ ସିଲ କରି ତନଖି ଆରମ୍ଭ କରିଥିଲେ। ତଥାପି ଦ୍ରୁତ ଗତିରେ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ପିଛାକରି ଜାମରାଗୁଡା ନିକଟରୁ ଏକ କାର୍ ସହ ଏକ ଟ୍ରକକୁ ଜବତ କରି ସେଥିରେ ଥିବା ୬ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ଏହି ଟିମ ।

ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ କୋରାପୁଟରୁ ଦିଲ୍ଲୀ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଗଞ୍ଜେଇ ମାଫିଆମାନଙ୍କ ପରିଚୟ ଓ ପ୍ରକୃତରେ ଏହା କେଉଁ ଠାରୁ ଯାଉଥିଲା ଓ ଏଥିରେ ଆଉ କିଏ ସମୃକ୍ତ ଅଛି ଏହାର ତଦନ୍ତ ଜାରି ରଖିଛି ପୋଲିସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।