ଅପରାଧ ରାଜ୍ୟ

ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ବାହାର ପଟୁ ତାଲା ମାରି ନେଇଗଲେ ୧୨ ଲକ୍ଷ ଟଙ୍କା ଏବଂ ୧୨ ଟି ସୁନା ଚେନ୍‌

ଭୁବନେଶ୍ବର ୨୭।୦୬: ରାଜଧାନୀ ଉପକଣ୍ଠରେ ବଡ ଧରଣର ଡକାୟତି । ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲା ଲୁଟେରା । ଦମ୍ପତିଙ୍କୁ ତାଲା ପକାଇ ଅଧା କିଲୋ ସୁନା , ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ । ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗାଁରେ ଏଭଳି ଘଟଣା ଘଟିଛି । ଘର ମାଲିକ ସତ୍ୟନାରାୟଣ ମିଶ୍ରଙ୍କ ଅଭିଯୋଗ ପରେ ଚନ୍ଦକା ପୋଲିସ ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କରିଥିଲେ । ଗ୍ୟାସ୍‌ କଟର ସହାୟତାରେ ଝରକାକୁ ପ୍ରଥମେ କାଟିଥିଲେ । ଏହାପରେ ସେହି ରାସ୍ତା ଦେଇ ଘର ଭିତରକୁ ପଶିଥିଲେ । ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ଅବସ୍ଥାରେ ବାହାର ପଟୁ ତାଲା ପକାଇଥିଲେ । ଏହାପରେ ଘରେ ଥିବା ୨ଟି ଆଲ୍‌ମିରା ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ମୁଦି, ସୁନା ଚୁଡି, କାନଫୁଲ ଆଦି ଲୁଟି ନେଇଥିଲେ । ଏହାବ୍ୟତୀତ ଜମି କିଣିବା ପାଇଁ ଆଲମିରାରେ ଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ଏସବୁ ଘଟଣା ଜାଣିବା ପରେ ଚନ୍ଦକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଅବସରପ୍ରାପ୍ତ କିରାଣୀ ସତ୍ୟନାରାୟଣ ମିଶ୍ର । ଅଭିଯୋଗ ପରେ ଚନ୍ଦକା ଥାନା ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।