ଅପରାଧ ରାଜ୍ୟ

ଟ୍ରକ୍ ଡ୍ରାଇଭରଙ୍କ ଉନ୍ମତକାଣ୍ଡ : ଭାଙ୍ଗିଲେ ଅନେକ ଦୋକାନ, ଉଡାଇଦେଲେ ଛପର

ଭୁବନ ୨୭।୬: ଢେଙ୍କାନାଳ ଜିଲ୍ଲା ଭୁବନରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ରବିବାର ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁର୍ଗା ବଜାର ଅଞ୍ଚଳରେ ଜଣେ ଡ୍ରାଇଭର ଦୋକାନ ଘର, କ୍ୟାବିନ୍ ଗ୍ୟାରେଜ ଉପରେ ଟ୍ରକ୍ ଚଢାଇ ଭାଙ୍ଗିବା ସହିତ ଭୁବନ ବାଇପାସ୍ କଡରେ ଥିବା ସ୍ନାକ୍ସ ଦୋକାନର ଆଗ ଆଜବେଷ୍ଟ ଉଡାଇ ଦେଇଛି । ଟ୍ରକଟି ବିଭିନ୍ନ ସ୍ଥାନରେ ଦୋକାନକୁ ପଛ ପଟୁ ଧକ୍କା ଦେଇଥିଲା । ଯାହା ଫଳରେ ଏସବୁ ଦୋକାନ ଗୁଡିକର କାନ୍ଥ, ପିଲର, ଖୁଣ୍ଟି, କ୍ୟାବିନ୍ ଓ ଟିଣ ଛପର ସବୁ ଭାଙ୍ଗି ଯାଇଥିଲା । ଦୋକାନୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ନାକ୍ସ ଦୋକାନୀ ଧନୁର୍ଯୟ ଭଞ୍ଜ ଦୋକାନରେ ଶୋଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେଣୁ ସେ ଦୋକାନରୁ ବାହାରି ନିଜ ଜୀବନ ବଞ୍ଚାଇଥିଲେ । ପରେ ସମସ୍ତ ଦୋକାନୀ ମିଶି ଉକ୍ତ ଟ୍ରକଟିକୁ ଡ୍ରାଇଭର ସମେତ ଭୁବନ ଥାନା ଜିମା ଦେଇଥିଲେ। ତେବେ ଭୁବନ ପୋଲିସ କେଉଁ ପରିସ୍ଥିତିରେ ଡ୍ରାଇଭର କୁ ଅଟକ ନ ରଖି ଛାଡିଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଭୁବନ ପୋଲିସ ଯଦି ପାଟ୍ରୋଲିଂ ଠିକ୍ ଢଙ୍ଗରେ କରିଥାନ୍ତା ଏପରି ଅଘଟଣ ଘଟିନଥାନ୍ତା । ତେବେ ଏହି ଘଟଣାକୁ ନେଇ ଦୋକାନୀମାନେ ଭୁବନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।