ଅପରାଧ ରାଜ୍ୟ

କଣ୍ଟାବାଞ୍ଜିରୁ କାର୍ ଚୋରି ଉଦ୍ୟମ ଫେଲ୍, ସିସିଟିଭିରେ କଏଦ୍ ହେଲା ଚୋରି ଦୃଶ୍ୟ

କଣ୍ଟାବାଞ୍ଜି ୨୬।୦୬: ସିସିଟିଭିରେ ଗାଡ଼ି ଚୋରିର ଦୃଶ୍ୟ କଏଦ। କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ଅଭିଯୋଗ ହୋଇଛି । ୨୫ତାରିଖ ରାତିରେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଥିବା ବାଇକ ଚୋରି ହୋଇଛି। ଚୋରିର ଦୃଶ୍ୟ ଦୋକାନ ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ସେହିଦିନ ୨୫ତାରିଖ ବିଳମ୍ବିତ ରାତିରେ ସହରର ମୁଖ୍ୟ ଛକରେ ଥିବା ଏକ ଚାରିଚକିଆ ଗାଡ଼ିକୁ ଚୋରି କରିବାକୁ ଦୁଇଜଣ ଉଦ୍ୟମ କରୁଥିବା ମଧ୍ୟ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ତେବେ ଚାରି ଚକିଆ ଗାଡିର ଷ୍ଟ୍ରିୟରିଂ ଲକ ହୋଇଯାଇଥିବାରୁ ଗାଡି ଚୋରି କରିବାରେ ବିଫଳ ହୋଇଥିଲେ । କିନ୍ତୁ ଗାଡିର କିଛି ସାମାନ ସେମାନେ ଚୋରି କରି ନେଇ ଯାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।