ଅପରାଧ ରାଜ୍ୟ

ଖୋର୍ଦ୍ଧାରୁ ପୁଣି କେଜିଏରୁ ଅଧିକ ଧଳାଜହର ଜବତ, ୪ ଗିରଫ

ଭୁବନେଶ୍ୱର ୨୬।୦୬: ଥମୁନି ଧଳାଜହର କାରବାର । ଖୋର୍ଦ୍ଧାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍‌ର ବ୍ରାଉନ୍‌ସୁାଗର ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଛନ୍ତି ।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ଏସ୍‌ଟିଏଫ୍‌ ଖୋର୍ଦ୍ଧାର ଏକ ସ୍ଥାନରେ ଚଢାଉ କରିଥିଲା । ତେବେ ଏହି ଚଢାଉରେ ଏସ୍‌ଟିଏଫ୍‌କୁ ୧ କେଜି ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି । ଏହାସହିତ ଘଟଣାରେ ୪ଜଣଙ୍କୁ ଗିରଫ ହୋଇଛନ୍ତି । ଗିରଫ ୪ ଅଭିଯୁକ୍ତ କୋଚିଳାବଣର ରାକେଶ କୁମାର ବାରିକ ଓ ବିରଞ୍ଚିନାରାୟଣ ସାହୁ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ସାମନ୍ତରାପୁରର ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ ବୋଲି ଜଣାପଡିଛି । NDPS ଦ୍ବାରା ମାମଲା ରୁଜୁ ହୋଇ ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି ।

ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଖୋଲତାଡ କରୁଛି ଏସ୍‌ଟିଏଫ୍‌ । ଏପିରିକି ଚାରି ଜଣଙ୍କୁ ପଚରାଉଚରା ମଧ୍ୟ କରୁଛି ଏସ୍‌ଟିଏଫ୍‌ । ସେହିପରି ୨୦୨୦ ପରଠାରୁ ଏସ୍‌ଟିଏଫ୍‌ ଦ୍ବାରା ୫୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହେବା ସହ ଗିରଫ ହେଲେଣି ୧୫୬ ଜଣ ନିଶଦ୍ରବ୍ୟ ବ୍ୟବସାୟୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।