ଜୟପୁର ୨୬।୦୬ : ଚିତ୍ରକୋଣ୍ଡା RSC 13 ଗାଁରେ ରାତି ଅଧରେ ଘରେ ପସି ମହିଳାଙ୍କୁ ଆକ୍ରମଣ ଘଟଣା। ଖୁବଶୀଘ୍ର କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଯିବ। ଏନେଇ ସୂଚନା ଦେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।
ତାରାଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ୫ ବିଧାୟକ ଏଥିରେ ସାମିଲ ଥିଲେ । ତାରାଙ୍କ ସହ ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ସାମିଲ ଥିଲେ । ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ବରଖାସ୍ତ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ତାରା। ଏପିରିକି ଏହି ପ୍ରସଙ୍ଗ ଆସନ୍ତା ବିଧାନସଭାରେ ବି ଉଠାଇବାକୁ ତାରା ଦେଲେ ସୂଚନା।
ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ରାତି ଅଧରେ ଚଢାଉ ନାଁରେ ମହିଳା ପୋଲିସର ବିନା ଉପସ୍ଥିତିରେ ଅଂଶୁମାନ ଦ୍ବୀବେଦୀ ଘରେ ପସି ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଏଥିରେ ଗର୍ଭବତୀ ମହିଳା ମାନେ ବି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।