ଅପରାଧ ରାଜ୍ୟ

ସିସିଟିଭି ଭାଙ୍ଗି ଘରେ ପଶିଲେ, ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନାଗହଣା

ଧର୍ମଗଡ,୨୬/୦୬: ବିଳମ୍ବିତ ରାତିରେ ଘରେ ପଶି ଲୁଟ୍ । ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା l ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ ।

ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ସୁରଥଙ୍କ ଘରେ ୬ ଜଣ ମୁଖାପିନ୍ଧା ଡକାୟତ ଘରେ ପଶିଥିଲେ । ସେମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ପରେ କବାଟ ଭାଙ୍ଗିଥିଲେ l ଡକାୟତମାନେ ଘର ମାଲିକ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ l

ଡକାୟତଙ୍କ ଆକ୍ରମଣରେ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ପ୍ରାଥମିକ ଚିକିତ୍ସା କରି ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l ଖବର ପାଇ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l ଡକାୟତ ମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ କରିଥିବା ବେଳେ କେତେ ସୁନା ଓ ଟଙ୍କା ଲୁଟ କରିଛନ୍ତି ତାହା ଅସ୍ପଷ୍ଟ ରହିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।