ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟିମ୍ ଇଣ୍ଡିଆ ବିପକ୍ଷରେ ଅର୍ଦ୍ଧଶତକ ଲଗାଇଲେ ପନ୍ତ : ସ୍କୁପ୍ ସଟ୍ ଦେଖି ଫ୍ୟାନ୍ସ ବି ଚକିତ

ନୂଆଦିଲ୍ଲୀ ୨୫/୦୬: ଭାରତୀୟ ଓ୍ୱିକେଟ୍ କିପର ଋଷଭ ପନ୍ତ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ କରିଥିଲେ । ସେ ଟି୨୦ ସିରିଜରେ ମାତ୍ର ୫୮ ରନ୍ କରିଥିଲେ । ଏହାପରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଥିଲା । କିନ୍ତୁ ଏବେ ଓ୍ନାର୍ମଅଫ୍ ମୁକାବିଲାରେ ସେ ଅର୍ଦ୍ଧଶତକ ଲଗାଇ ସମାଲୋଚକଙ୍କୁ ମୁହାଁତୋଡ ଜବାବ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ ଏବେ ଓ୍ୱାର୍ମଅଫ୍ ମ୍ୟାଚ୍ ଖେଳୁଛି । ଏହି ମୁକାବିଲା ଇଂଲିଶ କ୍ଲବ୍ ଲିସେଷ୍ଟରଶାୟର୍ ବିପକ୍ଷରେ ଖେଳାଯାଉଛି । ମ୍ୟାଚରେ ସବୁ ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହାସହ ୪ ଭାରତୀୟ ଇଂଲିଶ କ୍ଲବ୍ ପାଇଁ ଖେଳୁଛନ୍ତି ।

ଛକା ଲଗାଇ ୫୦ ଲଗାଇଲେ ପନ୍ତ

ଇଂଲିଶ କ୍ଲବ୍ ପାଇଁ ଖେଳୁଥିବା ପନ୍ତ ଶୁକ୍ରବାର ଭାରତ ବିପକ୍ଷରେ ଅର୍ଦ୍ଧଶତକ ଲଗାଇଥିଲେ । ସେ ୮୭ ବଲରୁ ୭୬ ରନ୍ କରିଥିଲେ । ଏହି ଇନିଂସରେ ସେ ଗୋଟିଏ ଛକା ଓ ୧୪ ଚଉଲା ଲଗାଇଥିଲେ । ସେ ଉମେଶ ଯାଦବଙ୍କ ବଲରେ ସ୍କୁପ୍ ପିଲକ୍ସ ସଟ୍ ଖେଳି ନିଜର ହାଫ୍ ସେଞ୍ଚୁରୀ ପୁରା କରିଥିଲେ । ପନ୍ତଙ୍କ ଏହି ସଟ୍ ଦେଖି ଫ୍ୟାନ୍ସ ମଧ୍ୟ ଚକିତ ହୋଇଯାଇଥିଲେ ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦ୍ୱିତୀୟ ପାଳିରେ ଭାରତୀୟ ଟିମ୍ ୮୨ ରନରେ ଆଗୁଆ

ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତ ପ୍ରଥମ ଇନିଂସରେ ୮ ଓ୍ୱିକେଟ୍ ହରାଇ ୨୪୬ ରନ୍ କରିଥିଲା । ଏହାପରେ ଇଂଲିଶ କ୍ଲବ୍ ୨୪୪ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ପାଳିରେ ଦୁଇ ରନରେ ଆଗୁଆ ଥିବା ଭାରତ ଦ୍ୱିତୀୟ ପାଳିରେ 80 ରନରେ ଆଗୁଆ ରହିଛି । ହନୁମା ବିହାରୀ ଓ ଶ୍ରୀକର ଭରତ କ୍ରିଜରେ ଅପରାଜେୟ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ