ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ, ଖିରିଖିଆ ଠାକୁରଙ୍କ ଆଶିଷ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ

ବ୍ରହ୍ମଗିରି ୨୫/୦୬: ୧୧ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥ ଙ୍କ ଅନବସର ଦର୍ଶନ । ଅଲାରନାଥଙ୍କ ଅନବସର ଦର୍ଶନକୁ ରହିଲା ଆଉ ୩ ଦିନ । ଆଜି ଅନବସର ଦ୍ୱାଦଶୀ ତିଥିରେ ଦର୍ଶନ କରିବା ପାଇଁ ଦ୍ୱାର ଖୋଲା ହେବାଠାରୁ ଗହଳି ଆରମ୍ଭ ହେବା ସହ ବ୍ୟାରିକେଡ ଲମ୍ବା ଲାଇନରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ଜ୍ୱର ହେବା ପରେ ଏବେ ସେବାୟତଙ୍କ ଓଷ ଲାଗିହେବା ଦ୍ୱାରା ଶ୍ରୀଜୀଉମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସୁସ୍ଥ ହେଲା ପରେ ନବଯୌବନ ଦର୍ଶନ ଦେବା ସହ ଶ୍ରୀ ଜୀଉ ଙ୍କର ହେବ ଗୁଣ୍ଡିଚା ଯାତ୍ରା । କିନ୍ତୁ ଏହି ୧୪ ଦିନ ପାଇଁ ଭକ୍ତଙ୍କୁ ନିରାଶ କରିନାହାନ୍ତି ଭକ୍ତର ଭଗବାନ ।

ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣ ରୂପରେ ଦେଉଛନ୍ତି ଦର୍ଶନ । ନାରାୟଣଙ୍କ ରୂପରେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ପ୍ରେମୀ ଭକ୍ତ। ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ନିଜ ଜୀବନକୁ ଭାଗ୍ୟ ମଣିଛନ୍ତି ଶ୍ରଦ୍ଧାଳୁ । ଖିରିଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରିକୁ ।

ଆଜି ଭୋର ୩.୩୦ ରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ଅନବସର ବେଶ, ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ୫.୩୦ ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏବେ ଶ୍ରଦ୍ଧାଳୁମାନେ ଧାଡିରେ ଆସି ଦର୍ଶନ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ