ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା : ଡିଏସପି ସସପେଣ୍ଡ୍, ତଦନ୍ତ କରିବେ ଏଡିଜିପି

ନୂଆଦିଲ୍ଲୀ ୨୫/୦୬: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୱାଏନାଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ରାଜ୍ୟ ସରକାର ଆକ୍ସନ ନେଇଛନ୍ତି । ସରକାର ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ତଦନ୍ତ ପାଇଁ ଏଡିଜିପିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହାସହ କଲପେଟ୍ଟା ଡିଏସକିଙ୍କୁ ମଧ୍ୟ ସରକାର ନିଲମ୍ବନ କରିଛନ୍ତି ।

କେରଳ ସିଏମଓ ଅନୁସାରେ, ଏଡିଜିପି ମାମଲାର ଯାଞ୍ଚ କରିବେ । ଏକ ସପ୍ତାହ ମଧ୍ୟରେ ତାଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳର ଡିଏସପିଙ୍କୁ ନିଲମ୍ବିତ କରାଯାଇଛି ।

ବାମ ସମର୍ଥିତ ଛାତ୍ର କରିଥିଲେ ଭଙ୍ଗାରୁଜା

ଶୁକ୍ରବାର ବାମ ସମର୍ଥିତ ଛାତ୍ର ସଂଘ ଏସଏଫଆଇ କାର୍ଯ୍ୟକର୍ତ୍ତାମାନେ ରାହୁଲଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପ୍ରଥମେ ଏସଏଫଆଇ ସମର୍ଥକମାନେ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ମାଡ ମାରିବା ସହ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ ।

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୁଷ୍ଟ ଥିଲେ କାର୍ଯ୍ୟକର୍ତ୍ତା

ନିକଟରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଏସଏଫଆଇ ଅସନ୍ତୁଷ୍ଟ ଥିଲା। ମାମଲାରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଥିବା ବେଳେ ସେ ମଧ୍ୟ ନିରବତା ଅବଲମ୍ବନ କରୁଛନ୍ତି। ଏଥିରେ ଏସଏଫଆଇର ଧୈର୍ଯ୍ୟ ଚ୍ୟୁତ ହୋଇଥିବା କୁହାଯାଇଛି। ଏ ନେଇ ଏସଏଫଆଇ କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ଏକ ରାଲି ଆୟୋଜନ କରିଥିବା ବେଳେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀ ଅନିୟନ୍ତ୍ରିତ ହେବା ସହ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ସୁପ୍ରିମକୋର୍ଟ ପରିବେଶ ସମ୍ପର୍କିତ ଏକ ବଡ଼ ରାୟ ଦେଇଥିଲେ। ଏଥିରେ ସଂରକ୍ଷିତ ଜଙ୍ଗଲ, ବନ୍ୟପ୍ରାଣୀ ଅଭୟାରଣ୍ୟର ଆଖପାଖ ୧ କିଲୋମିଟର ଅଞ୍ଚଳ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇଏସଜେଡ) ରହିବ। ଏପରି ଇଏସଜେଡରେ ଯେଉଁ ସବୁ ଗତିବିଦ୍ଧି ହେଉଛି ତାହା ନିୟନ୍ତ୍ରିତ କରିବା ଲାଗି ସୁପ୍ରିମକୋର୍ଟ ରାୟରେ ସ୍ପଷ୍ଟ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ