ମୁମ୍ବାଇ ୨୩।୦୬: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖ୍ ତାଙ୍କର ଗ୍ଲାମରସ୍ ଲୁକ୍ ପାଇଁ ସବୁବେଳେ ଲାଇମଲାଇଟରେ ରହିଥା’ନ୍ତି। ନିକଟରେ ଫାତିମା ତାଙ୍କ ଫିଲ୍ମ ‘ଥର’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି।
ଫାତିମା ସନା ଶେଖ ଅମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ଦଙ୍ଗଲ’ ଫିଲ୍ମରେ ଫାତିମା ଗୀତା ଫୋଗାଟଙ୍କ ଭୂମିକାରେ ଦମ୍ଦାର ପ୍ରଦର୍ଶନ କରି ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଥିଲେ । ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା ।
ଫାତିମା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ପ୍ରତିଦିନ ସେ କିଛି ନୂଆ ଫଟୋ ଏବଂ ଭିଡିଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥାନ୍ତି। ନିକଟରେ ଫାତିମା ଇନଷ୍ଟାଗ୍ରାମରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଧଳା ରଙ୍ଗର ସର୍ଟ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି।
ଏହି ଫଟୋରେ, ଫାତିମା ଗ୍ଲାମରସ ଅନ୍ଦାଜ୍ରେ ନଜର ଆସିଥିବା ବେଳେ ପ୍ରଶଂସକଙ୍କୁ ଦିୱାନା କରୁଛନ୍ତି ।ଧଳା ପୋଷାକ ପିନ୍ଧି ଫାତିମା ବହୁତ ସୁନ୍ଦର ଦେଖାଯାଉଛନ୍ତି।