ଅପରାଧ ରାଜ୍ୟ

ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ, ରେଳବାଇ ଥାନାରେ ଏତଲା

ଭୁବନେଶ୍ୱର ୨୩/୦୬: ବାପା ଜଗିଛନ୍ତି ସୀମା । ଏ ପଟେ ଝିଅ ନିଖୋଜ । ଭୁବନେଶ୍ୱରରେ ହଜିଗଲେ କୋଲକାତାର AERO space ଇଂଜିନିରିୟରିଂ ଛାତ୍ରୀ ତଥା ଯବାନଙ୍କ ଝିଅ ସ୍ୱିଟି ରୟ । ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ୨୦ ବର୍ଷ ବୟସ୍କ ଝିଅ ସ୍ୱିଟି ଗତକାଲି ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ନିଖୋଜ ହୋଇ ଯାଇଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଚନ୍ତି । ଭୁବନେଶ୍ୱର କୋଳଥିଆ ଛକ ନିକଟରେ ଥିବା ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ଗତକାଲି ରାତି ୮.୨୫ରେ ୬ ନମ୍ବର ପ୍ଲାଟଫର୍ମରେ ପହଁଞ୍ଚିବା ପରଠୁ ତାଙ୍କର ଫୋନ ବନ୍ଦ ଅଛି । ଏପର୍ଯ୍ୟନ୍ତ ସ୍ୱିଟିଙ୍କର କୌଣସି ଖୋଜ ଖବର ମିଳିନି । କୌଣସି ସନ୍ଧାନ ମିଳୁନାହିଁ ।

ଏ ନେଇ ରେଳବାଇ ଥାନାରେ ଏତଲା ଦେଇଛନ୍ତି ସମ୍ପର୍କୀୟ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଁଚୁଥିବା ନେଇ ସୂଚନା ମିଳିଛି । ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ମଧ୍ୟ ସନ୍ଦେଶ ଘେରରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।