ଅପରାଧ ରାଜ୍ୟ

ଦୋକାନ ଭିତରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଇରଙ୍ଗପୁର ୨୩।୬: ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ । ରାଇରଙ୍ଗପୁର ସହରର ବଜାର ନିକଟ ଧରମଗଳିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୀର କିଶୋର ସାମଲ । ବୀର ସାମଲଙ୍କର ଏକ ତେଜରାତି ଦୋକାନ ଅଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ବୀର ଗାଧୋଇ ସାରି ଦୋକାନ ଖୋଲିବାକୁ ବଜାରକୁ ଆସିଥିଲେ । ତେବେ କିଛି ସମୟ ପରେ କେହି ଜଣେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଯେ ବୀରଙ୍କ ଚପଲ ଦୋକାନ ସମ୍ମୁଖରେ ଥିବା ବେଳେ ଦୋକାନ କବାଟ ଅଧା ଖୋଲା ଅଛି । କିନ୍ତୁ ଯେତେ ଡାକିଲେ ବି ବୀର ଶୁଣୁ ନାହାନ୍ତି । ଖବର ପାଇ ପରିବାର ଲୋକେ ଦୋକାନରେ ପହଞ୍ଚି ବୀରଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାରଲୋକ । ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।