ଅପରାଧ ରାଜ୍ୟ

କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ, ସୁରକ୍ଷା ଦୃଷ୍ଟିରୁ ଅଧିକରୁ ଅଧିକ ସିସିଟିଭି ଲଗାଇବାକୁ ସହରବାସୀଙ୍କ ଦାବି

କଟକ ୨୨।୬: କଟକ ସହରରେ ଦିନକୁ ଦିନ ବଢୁଛି ଅପରାଧ । ଅପରାଧ ଦମନ ପାଇଁ ପୋଲିସ ଯେତେ ପଇଁତରା ମାରିଲେ ବି ଅପରାଧୀ କିନ୍ତୁ ନୂଆ ନୂଆ ତରିକା ଆପଣାଇ ଘଟାଇ ଚାଲିଛନ୍ତି ଅପରାଧ । ଅପରାଧୀଙ୍କ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଫେଲ୍‌ ମାରିବା ଭଳି ମନେ ହେଉଛି ।

କାରଣ କେଉଁଠି ସିସିଟିଭି କାମ କରୁନି ତ ଆଉ କେଉଁଠି ଭାଙ୍ଗିଯାଇଛି । ଯାହାର ଫାଇଦା ଉଠାଉଛନ୍ତି ଅପରାଧୀ । ରାତିରେ କ’ଣ ଦିନ ଦ୍ବିପ୍ରହରରେ ମଧ୍ୟ ଲୁଟ୍, ଛିନତାଇ, ହତ୍ୟାକାଣ୍ଡ ଭଳି ଘଟଣା ଘଟୁଛି । ଆଉ ନିଜକୁ ଅସୁରକ୍ଷିତ ମଣୁଛନ୍ତି କଟକବାସୀ । କଟକ ସହରର କେବଳ ପ୍ରମୁଖ ସ୍ଥାନ ନୁହେଁ ସହରର ଗଳିକନ୍ଦିରେ ସିସିଟିଭି ଲଗାଇବାକୁ ସହରବାସୀ ଦାବି କରିଛନ୍ତି ।

କଟକ ସହରରେ ଏବେ ପାଖାପାଖି ୧୫୦ଟି ସ୍ଥାନରେ ସିସିଟିଭି ଲଗାଯାଇଛି । ସହରର କିଛି ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ରହିଛି । କଣ୍ଟ୍ରୋଲ ରୁମ୍‌ରେ ସବୁ ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି । ହେଲେ ସମ୍ପୂର୍ଣ୍ଣ ସହରରେ ସିସିଟିଭି ସର୍ଭେଲାନ୍ସ କାର୍ଯ୍ୟକାରୀ ହୋଇପାରିନାହିଁ ।

ତେବେ କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଯଥାଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ବ୍ୟକ୍ତିଗତ ଭାବେ ଘରୋଇ ସଂସ୍ଥା, ପୂଜା କମିଟି ଏବଂ ଯେଉଁ ବ୍ୟକ୍ତି ସିସିଟିଭି ଲଗାଇ ପାରିବେ ସେମାନେ ନିଜ ନିଜ ସ୍ଥାନରେ ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଏନେଇ ସଚେତନ କରିବାକୁ ବିଭିନ୍ନ ପୋଲିସ ଥାନାକୁ କୁହାଯାଇଛି ବୋଲି ଡିସିପି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।