ଚାନ୍ଦବାଲି ୨୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଦର ପଟ୍ରୋଲ ପମ୍ପ୍ ନିକଟରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନକୁ ଜବଦ କଲା ଚାନ୍ଦବାଲି ପୋଲିସ । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ବୁଧବାର ବଳମ୍ବିତ ରାତିରେ ୨ଟି ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍କୁ ଜବତ କରିଛି । କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶୀପୁର ଅଞ୍ଚଳରୁ ବାହାରି ଚାନ୍ଦବାଲି ଆସୁଥିବା ସମୟରେ ଚାନ୍ଦବାଲି ପୋଲିସ ଖବର ପାଇ ଚୋରା କୋଇଲା ଗାଡିକୁ ଚାନ୍ଦବାଲି ପଟ୍ରୋଲ ପମ୍ପ ନିକଟରୁ ଗାଡ଼ିକୁ ଧରିଥିଲେ । ପୋଲିସକୁ ଦେଖି ପିକଅପ୍ ଭ୍ୟାନ୍ ଚାଳକ ଫେରାର ହୋଇଯାଇଥିଲେ । ଗାଡିକୁ ଧରିବା ପରେ ଚାନ୍ଦବାଲି ପୋଲିସ ଥାନାକୁ ଆଣି ଅଧିକ ତଦନ୍ତ କରୁଛି । ଏନେଇ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି ।