ଅପରାଧ ରାଜ୍ୟ

ଅଧିକ ଯୌତୁକ ଦାବି କରି ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ ! ଥାନାରେ ଏତଲା

ସୋର ୨୨।୬: ସ୍ତ୍ରୀକୁ ସ୍ବାମୀ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅବାଭନୀୟ ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ଯୌତୁକ ଦାବି କରି ପୋଡି ମାରିଦେଇଥିବା ଅଭିଯୋଗ ଆଣୁଛନ୍ତି ମୃତ ମହିଳାଙ୍କ ମଉସା ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗ୍ରାମର ତରୋଜ ପଣ୍ଡାଙ୍କ ସହ ୨୦୧୨ ମସିହାରେ ସିମୁଳିଆ ଥାନା ଖୀରକୋଣା ଗ୍ରାମର ବିଷ୍ଣୁମୋହନ ପଣ୍ଡାଙ୍କ ଝିଅ ସୁଜାତା ପଣ୍ଡାଙ୍କରର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଥିଲା । ବିବାହର କିଛି ଦିନ ଠିକ୍ ଠାକ୍ ଚାଲିଥିଲା । ପରେ ଅଧିକ ୩ ଲକ୍ଷ ଟଙ୍କା ଯୌତୁକ ଦାବି କରି ସୁଜାତାକୁ ସ୍ବାମୀ ତରୋଜ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ମଙ୍ଗଳବାର ଦିନ ସୁଜାତା ପୋଡି ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୁଜାତାଙ୍କ ମୃତ୍ୟୁ ପରେ ତାଙ୍କ ମଉସା ଅକ୍ଷୟ ପତି ସ୍ବାମୀ ତରୋଜ ତାଙ୍କୁ କିରୋସିନି ଢାଳି ପୋଡି ଦେଇଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସୋର ପୋଲିସ ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।