ଅପରାଧ ରାଜ୍ୟ

ଡେଲ୍‌ଟା ଛକ ସ୍କର୍ପିଓ ପୋଡି ଘଟଣା, ୪ ଜଣଙ୍କୁ ଅଟକ ରଖିଛି ଖଣ୍ଡଗିରି ପୋଲିସ

ଭୁବନେଶ୍ୱର ୨୧।୦୬: ଭୁବନେଶ୍ବର ଡେଲ୍‌ଟା ଛକରେ ସ୍କର୍ପିଓ ପୋଡି ଘଟଣା । ୪ ଜଣଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ସୋମବାର ରାତିରେ ଡେଲଟା ଛକଗାଡି ଭଙ୍ଗାରୁଜା ସହ ଗଣ୍ଡଗୋଳ ହୋଇଥିଲା । ଏଥିର ଗାଡି ଗାଡ଼ି ଜାଳି ଦେଇଥିଲେ କିଛି ଯୁବକ । ଅକ୍ଷୟ ନାୟକଙ୍କ ଗାଡି ଚଲାଉଥିବା ଯୁବକଙ୍କୁ ତାର ବକେୟା ଟଙ୍କା ନଦେଉ ଥିବାରୁ ଏଭଳି କାଣ୍ଡ ଘଟାଇଥିବା ସୂଚନା । ଏବେ ଏହି ଘଟଣାରେ ଆକ୍ସନ ନେଇ ପୋଲିସ । ଚାରିଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି । ତେବେ ଡେଲଟା ଛକ ସ୍କର୍ପିଓ ପୋଡି ଘଟଣାରେ KBN ଗ୍ରୁପର କିଛି ସଦସ୍ୟ ଥିବା ମଧ୍ୟ ସୂଚନା ମିଳିଛି।

ସେପଟେ ଡେଲ୍‌ଟା ଛକରେ ଦୋକାନ କରି ଅଭିଯୁକ୍ତମାନେ ନିଜର ପ୍ରାଦୁର୍ଭାବ ବିସ୍ତାର କରୁଥିଲେ । ଯାହାକୁ ନେଇ ଆକ୍ସନକୁ ଆସିଛି ପୋଲିସ । ଛକରେ ଥିବା ଦୋକାନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।