ଅପରାଧ ରାଜ୍ୟ

ଜନ୍ମପରେ ନବଜାତକକୁ ଫୋପାଡିଦେଲେ, ନାଳରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ଯାଜପୁର ୨୦/୦୬: ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ ।

ସୁଚାନୁଯାୟୀ ଆଜି ସକାଳ ସମୟରେ ଗ୍ରାମର କିଛି ମହିଳା ସେହିବାଟ ଦେଇ ଯାଉଥିବା ବେଳେ ଶିଶୁଟି ନାଳରେ ପଡିଥିବା ଦେଖିଥିଲେ । ମହିଳା ମାନେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ମଧ୍ୟ ଜଣାପଡିଛି ।

ତେବେ ଏହି ଶିଶୁଟି କାହାର ଏବଂ କିଏ ଏଭଳି ଅବସ୍ଥାରେ ତାକୁ ଫୋପାଡ଼ି ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ନବଜାତ ଶିଶୁଟି ବର୍ତ୍ତମାନ ଗ୍ରାମବାସୀଙ୍କ ହେପାଜତରେ ଥିବା ବେଳେ ତାର ସୁରକ୍ଷା ପାଇଁ ଜିଲ୍ଳା ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।