ଅପରାଧ ରାଜ୍ୟ

ଓଡିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋ-ଚାଲାଣ: ୬୦ରୁ ଅଧିକ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଜଳେଶ୍ୱର ୨୦/୦୬: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ଗୋରୁ ବୋଝେଇ ୧୦ଚକିଆ ଟ୍ରକ ଜବତ ହେବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ପ୍ରତେକ ଦିନ ଶହ ଗୋରୁ ଟ୍ରକ ମାଧ୍ୟମରେ ଓଡିଶାରୁ ପଶ୍ଚିମ ବେଙ୍ଗକୁ ଚୋରା ହେଉଥିବା ବେଳେ ରାଜଘାଟ ଠାରେ ପୋଲିସର ନାକା ପଏଣ୍ଟ ଥାଇ ମଧ୍ୟ ପୋଲିସ ରୋକ ଲଗାଇ ପାରୁନଥିବାର ଦେଖିବାକୁ ମିଳିଛି ।

ଆଜି ଭୋର ସମୟରେ ଏକ ୧୦ଚକିଆ ଟ୍ରକ ଯୋଗେ ୬୦ରୁ ଅଧିକ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ସୁବର୍ଣ୍ଣ ରେଖା ନଦୀ ରାଜଘାଟ ପୋଲ ନାକା ପଏଣ୍ଟ ଅନତି ଦୂରରେ ଗାଡିଟିର ଇଂଜିନ ଖରାପ ହୋଇ ଯାଇଥିଲା ।

ତେବେ ଖବର ପାଇ ନାକ ପଏଣ୍ଟ ପୋଲିସ ଆସି ଡ୍ରାଇଭରକୁ ଅଟକ ରଖି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ଡ୍ରାଇଭରକୁ ଥାନାକୁ ନେଇ ତଦନ୍ତ ଜାରି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।