ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗନ୍ନାଥ ପ୍ରେମୀଙ୍କ ଭକ୍ତିକୁ କୁଠାରଘାତ, ଇସ୍କନ ଜାରି କଲା ମହାପ୍ରଭୁଙ୍କ ଅନବସରର ବ୍ୟଙ୍ଗ ଚିତ୍ର: ଶ୍ରୀମନ୍ଦିର ସେବାୟତଙ୍କ ବିରୋଧ

ପୁରୀ,୨୦/୦୬: ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରକୁ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଛନ୍ତି । ଏହି ଚିତ୍ରରେ ମହାପ୍ରଭୁଙ୍କୁ ଅଟହାସ୍ୟ କରିବା ଭଳି ଦୃଶ୍ୟ ରହିଛି । ଏହି ଆପତ୍ତିଜନକ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହୋଇଛି ।

ଏହା ଦେଖିବା ପରେ ପ୍ରତିହାରୀ ସେବାୟତ ଦାମ ପ୍ରତିହାରୀଙ୍କ ସମେତ ଅନ୍ୟ ସେବାୟତମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ, ରାଜ୍ୟ ୫-ଟି ସଚିବଙ୍କୁ ବ୍ୟଙ୍ଗ ଚିତ୍ରଟିକୁ ଟୁଇଟ୍‌ କରିବା ସହ ପ୍ରତିବାଦ କରିଛନ୍ତି । ଟୁଇଟ୍‌ରେ ଏଭଳି ପୋଷ୍ଟିଂ କରିଥିବା ଇସ୍କନ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।