ଅପରାଧ ରାଜ୍ୟ

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ବୌଦ୍ଧ ୧୯।୦୬: ପେଟ ପାଇଁ ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ। ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ମୃତଦେହ ଆଜି ଗାଁରେ ପହଞ୍ଚିଛି। ମୃତକ ମାନେ ହେଲେ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତା । ଉଭୟ ବୌଦ୍ଧରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ। ରୋଜଗାରିଆ ପୁଅର ମୃତଦେହ ଦେଖି ଭାଙ୍ଗି ପଡିଛନ୍ତି ପରିବାର ଲୋକେ। କ୍ଷତିପୂରଣ ଦାବିରେ ଦଲାଲ ଘର ଆଗରେ ଧାରଣାରେ ବସିଛନ୍ତି ମୃତ ଜୟଙ୍କ ପରିବାର ଲୋକେ।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ, ବଘୁଆକଟା ଗାଁର ଜୟ ଭୋକ୍ତା ଓ ବୌଦ୍ଧ ଥାନା ବରଝୁଲି ଗାଁର ସାନନ୍ଦ ଭୋଇ ତାମିଲନାଡୁର ତାମ୍ବରମ ଅଞ୍ଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନି ଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଅନଙ୍ଗ ପ୍ରଧାନ ଏବଂ ଜୟ ଭୋକ୍ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ଜଣାପଡିବା ପରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠାଇଥିଲେ। ଆଜି ଜିରାଡ଼ ଗାଁରେ ଅନଙ୍ଗଙ୍କ ମୃତଦେହ ପହଂଚିବା ପରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା ।

ସେପଟେ ବଘୁଆକଟା ଗାଁରେ ମଧ୍ୟ ଜୟ ଭୋକ୍ତାଙ୍କ ମୃତଦେହ ପହଁଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଜୟ ଭୋକ୍ତାଙ୍କ ପରିବାର ପକ୍ଷରୁ ଶ୍ରମିକ ଦଲାଲ ସୁଶାନ୍ତ ପ୍ରଧାନଙ୍କ ଘର ସମ୍ମୁଖରେ ମୃତଦେହ ରଖି ଧାରଣରେ ବସିଛନ୍ତି । ତେବେ ଦଲାଲ ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ନଦେବା ଯାଏଁ ମୃତଦେହ ଉଠିବ ନାହିଁ ବୋଲି ପରିବାର ଲୋକେ ଚେତବନୀ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।